ଏମ୍ ଆଇ ପି କଣ୍ଡାକରା ଡେମ୍ ବ୍ରିଜ୍ ଭାଙ୍ଗି ଯିବା ନେଇ ର ଅଭିଯୋଗ

0
123
ଏମ୍ ଆଇ ପି

ରିପୋର୍ଟ : ଗୋପୀନାଥ ଗୌଡ଼
କଲ୍ୟାଣସିଂହପୁର, ତା (୨୦/୦୭) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ଏମ୍ ଆଇ ପି କଣ୍ଡାକରା ଡେମ୍ ଠାରୁ କଦଳୀଚୁଆଁ ଓ ଢେପାଗୁଡ଼ା ଗାଁ ମଝି ରାସ୍ତା ପାର୍ଶ୍ଵ ଦେଇ ଏକ କେନାଲ ଯାଉଥିବା ବ୍ରିଜ୍ କିଛି ଦିନ ତଳେ ଭାଙ୍ଗି ଯାଇଥିଲା ।

ଏହାକୁ ମାଟି ଓ ବାଲି ମିଶାଇ ବସ୍ତା ଦେଇ ମରାମତି କରାଯାଇଥିଲା କିନ୍ତୁ ଲଗାଣ ବର୍ଷାରେ ଏହା ଭୁଶୁଡ଼ି ଯିବା ଯୋଗୁଁ ପାଣି ଚାଷ ଜମିକୁ ଯିବା ବଦଳରେ ନାଳ କୁ ପାଣି ଯାଇ ନଷ୍ଟ ହେଉଥିଲା । ଏମ୍ ଆଇ ପି କଣ୍ଡାକରା କେନାଲ ବ୍ରିଜ ଭାଙ୍ଗିଯିବା ପରେ ଢେପାଗୁଡ଼ା, ପଣସଗୁଡ଼ା, ଚାମରଯୋଡ଼ି, ଦେଉଳବାଡ଼ି, ବୁଡ଼ାଗୁଡ଼ା, ଅଡ୍ରୁବାଲି, ଅଲଣ୍ଡା ଏବଂ ଆଖପାଖ ଏମିତି ଅନେକ ଅଞ୍ଚଳ ର ଚାଷୀ ପ୍ରଭାବିତ ହୋଇଛନ୍ତି ।

ବର୍ତ୍ତମାନ ଚାଷ ସମୟ ଚାଲିଥିବାରୁ ଚାଷୀ ଚିନ୍ତିତ ହୋଇ ଏହି ବିଷୟରେ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ଅଧିକାରୀ ଜଣକ କୌଣସି ସନ୍ତୁଷ୍ଟଜନକ ଉତ୍ତର ଦେଇ ନ ଥିଲେ ଯାହା ଫଳରେ ଅଞ୍ଚଳବାସୀ ଏକ ବୈଠକ କରି ଏହି ନିଜେ ନିଜେ ଚାନ୍ଦା ଆଦାୟ କରି ଏହି କେନାଲ ବ୍ରିଜ ମରାମତି କରିବାକୁ ନିଷ୍ପତି ନେଇଥିଲେ ।

ଏହି ବିଷୟରେ ଖବର ପାଇ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସେବା ସେନା ର କର୍ମକର୍ତ୍ତା ମାନେ ଆସି ଭାଙ୍ଗିଥିବା କେନାଲ ବ୍ରିଜ୍ ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ତତ୍ କ୍ଷଣେ ଏକ ଦାବୀପତ୍ର ଲେଖି ଅଞ୍ଚଳ ବାସୀଙ୍କ ସହ ଯାଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତାପସ୍ କୁମାର ଭୋଇ ଙ୍କୁ ଏଇ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ଗ୍ରହଣ କରି ଉକ୍ତ ଜାଗାକୁ ନିଜେ ଯାଇ ଦେଖି ଆସିବା ସହ ଚାଷୀଙ୍କ ସମସ୍ୟା ର ସମାଧାନ କରିବା ପାଇଁ ବିଡ଼ିଓ ପ୍ରକାଶ କରିଥିଲେ ।