ଡ଼ାଙ୍ଗେଶି ଗ୍ରାମ ର ପ୍ରତିଶ୍ରୁତି ପୂରଣ ହୋଇ ପାରିଲାନି

0
136
ଡ଼ାଙ୍ଗେଶି ଗ୍ରାମ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୨/୦୭) : କନ୍ଧମାଳ ଓ ଗଞ୍ଜାମ ସୀମାନ୍ତରେ ଅବସ୍ଥିତ ରାଇକିଆ ବ୍ଲକ ମାଣିକେଶ୍ଵର ପଞ୍ଚାୟତ ର ଡ଼ାଙ୍ଗେଶି ଗ୍ରାମ ସ୍ଵାଧୀନତା ର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଡ଼ାଙ୍ଗେସି ଗ୍ରାମ ଅବହେଳିତ ହୋଇପଡ଼ି ରହିଛି ।

ଡ଼ାଙ୍ଗେଶି ଗ୍ରାମ ରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଏହି ଗ୍ରାମକୁ ଯିବାକୁ ପୂର୍ବତନ BDO ପ୍ରବୀଣ କୁମାର ବଣୁଆ ଆଯାକୁ ଦେଢ଼ ବର୍ଷ ତଳେ ସ୍ଥିତି ପରଖିବା ପାଇଁ ମାଣିକେଶ୍ଵର ପଞ୍ଚାୟତ ରୁ ସିକବାଡ଼ି ପର୍ଯ୍ୟନ୍ତ ବ୍ଲକ ର ଗାଡ଼ି ଯୋଗେ ଯାଇ ସେଠାରୁ ୫ କିମି ରାସ୍ତା କୁ ଚାଲି ଚାଲି ଦୁଇଟି ପାହାଡ ଅତିକ୍ରମ କରି ସେହି ଗ୍ରାମରେ ପହଞ୍ଚିଥିଲେ । ଗାଁ ର ଅବସ୍ଥା ଦେଖି ମୁଖ୍ୟତଃ ସେହି ଗ୍ରାମ ର ରାସ୍ତା ପାନୀୟ ଜଳ ଓ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହୋଇଯିବା କାରଣ ରୁ ଉକ୍ତ ଗ୍ରାମ ର ବିକାଶ ଠପ୍ ହୋଇଯାଇଛି ।

ଏହାର ସତ୍ୟତା ଜାଣିବା ପାଇଁ ୫ କିମି ପାହାଡିଆ ରାସ୍ତା ଦେଇ ଉକ୍ତ ଗ୍ରାମରେ ପହଞ୍ଚିଥିଲା । ସେହି ଗ୍ରାମ ର ପ୍ରାୟତଃ ଆଦିବାସୀ ଜନଜାତି ର ଲୋକେ ହୋଇଥିବା ବେଳେ ସେମାନେ ମୁଖ୍ୟତଃ ହଳଦୀ ଚାଷ ଉପରେ ନିର୍ଭର କରି ଚଳନ୍ତି । ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ରାସ୍ତା ଓ ପାନୀୟ ଜଳ ସମସ୍ୟା ସେହି ଗ୍ରାମ ଦେଇ ଏକ ଛୋଟ ନାଳ ଅତିବାହିତ ହୋଇଛି ସେହି ନାଳ ଗର୍ଭରେ ଏକ ଛୋଟ ଚୁଆଁ ଅବସ୍ଥିତ ସେହି ଚୂଆଁ ରୁ ଖରା ବର୍ଷା କୁ ଭରସା କରି ଚଳିଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସେହି ଗ୍ରାମରେ ଆବାସ ଯୋଜନାରେ କେହି ମଧ୍ୟ ଅନ୍ତର୍ଭୁକ୍ତ ହେଇ ନଥିବା ବେଳେ, ଗର୍ଭବତୀ ଠାରୁ ଆରମ୍ଭ କରି ବୁଢା ବୁଢ଼ୀ ଓ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଷ୍ଟେଚର୍ ଯୋଗେ ସିକବାଡି ଆସି ସେଠାରୁ ରାଇକିଆ ମୁଖ୍ୟ ଚିକିତ୍ସାଳୟ କୁ ଆସିଥାନ୍ତି ।

ପୂର୍ବତନ BDO ଅନ୍ୟତ୍ର ବଦଳି ହୋଇ ଯିବା ପରେ ତାଙ୍କରି ଅଭିଯୋଗ କେଉଁ ପ୍ରଶାସନ ଅଧିକାରୀ ଶୁଣିନଥିବା କହିଛନ୍ତି । ଗଲା ୧୩/୦୬/୨୨ ରେ ରାଇକିଆ ବ୍ଲକ ପରିସରରେ ହୋଇ ଥିବା ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲପାଳଙ୍କୁ ଭେଟି ଘାଟି କଟିଙ୍ଗ ସହିତ କିପରି ରାସ୍ତା ହୋଇ ପାରିବ ବୋଲି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି ।