କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ର ଉଭୟ ଦଶମ ଓ ଦ୍ଵାଦଶ ସିବିଏସଇ ବୋର୍ଡ ପରୀକ୍ଷାରେ ୧୦୦% ସଫଳତା

0
143
କେନ୍ଦ୍ରୀୟ ବିଦ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୨/୭) : ଆଜି ସର୍ବଭାରତୀୟ ସ୍ତରରେ ସିବିଏସଇ ବୋର୍ଡ ପରୀକ୍ଷା ର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ଫଳାଫଳ ବାହାରିଛି l ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି lWhatsApp Image 2022 07 23 at 9.38.56 AM କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ର ଉଭୟ ଦଶମ ଓ ଦ୍ଵାଦଶ ସିବିଏସଇ ବୋର୍ଡ ପରୀକ୍ଷାରେ ୧୦୦% ସଫଳତା

ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ କେନ୍ଦ୍ରୀୟ ବିଦ୍ୟାଳୟ ର ୯୦ ପ୍ରତିଶତ ଉପରେ ୬ ଜଣ, ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୫ ଜଣ ଏବଂ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧୫ ଜଣ ନମ୍ବର ରଖିଛନ୍ତି l ନଟବର ପ୍ରଧାନ ୯୫.୬% ସହିତ ପ୍ରଥମ ସ୍ଥାନ, ସ୍ମୃତି ସଞ୍ଚିତା ପଧାନ ୯୪.୬% ସହିତ ଦ୍ଵିତୀୟ, ଜ୍ୟୋତି ରଞ୍ଜନ ପାଣ୍ଡେ ୯୩.୮% ସହିତ ତୃତୀୟ, ବି. ଶୈଳେଶ ୯୨.୮% ସହିତ ଚତୁର୍ଥ ଏବଂ ଶିଭାଙ୍ଗୀ ସାହୁ ୯୨.୪ % ସହିତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି l

ସେହିପରି ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ୩୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ସାନିଆ ବାଗ ୯୪.୪%, ଓମକାର ନନ୍ଦ ୯୩.୬% ଏବଂ ସ୍ନେହା ସ୍ମୃତି ମେହେର ୯୩% ମାର୍କ ରଖି ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଆଜି କେନ୍ଦ୍ରୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ ସରଭଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁସି ର ମୁହୂର୍ତ୍ତରେ ବିଦ୍ୟାଳୟ ର ମ୍ୟାନେଜିଂ କମିଟି ଅଧ୍ୟକ୍ଷ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡେପୁଟି କମିଶନର କେନ୍ଦ୍ରୀୟ ବିଦ୍ୟାଳୟ ଡଃ ହରନ ବୋଷ ଏବଂ ଏଠାକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଏହା ସହିତ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ପିତାମାତା ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପିକା ପୁନମ୍ ପଟେଲ, ଲାଇବ୍ରେରୀଆନ୍ ଶିବ ଭୋଇ ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ ।