ମହନ୍ତ ଶ୍ରୀ ରାଧା ଚରଣ ଦାସ ଙ୍କ ବିୟୋଗରେ କାଶୀନଗରରେ ଶୋକ

0
160
ମହନ୍ତ ଶ୍ରୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୭) : ଗଜପତି ଜିଲ୍ଲା ର ଗୋଷାଣୀ ଶ୍ରୀ ରାଧା ବଲ୍ଲଭ ମଠ ର ମଠାଧିଶ ମହନ୍ତ ଶ୍ରୀ ରାଧା ଚରଣ ଦାସ ଙ୍କ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ପରଲୋକ ଘଟିଛି ।

ମହନ୍ତ ଶ୍ରୀ ରାଧା ଚରଣ ଦାସ ଗତ ୫ ଦିନ ହେଲା ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତାଙ୍କ ର ହୃଦ୍ ଘାତ ଓ ବିଭିନ୍ନ ପ୍ରକାର ଶରୀର ସମସ୍ୟା ଘଟିବାରୁ ସକାଳେ ତାଙ୍କ ମୃତ୍ୟୁ ଘଟିଥିଲା ଗଜପତି ଓ ଗଞ୍ଜାମ ର ବିଭିନ୍ନ ମଠାଧିଶ ମାନେ ଭୁବନେଶ୍ୱରରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ, ପାରଳା ସ୍ୱାଭିମାନ ମଞ୍ଚ ର ସଭାପତି ଶ୍ରୀ ତିରୁପତି ପାଣିଗ୍ରାହୀ ମଧ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ ।

ତାଙ୍କ ମୃତ୍ୟୁ ଖବର ପାଇ କାଶୀନଗର ଜଗନ୍ନାଥ ମଠ ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ ଡ଼ା. ରମାକାନ୍ତ ପାତ୍ର, ପୂର୍ବତନ ଆଇନଜୀବୀ ଜଗଦୀଶ ପାତ୍ର, ଅଭିଜିତ ପାତ୍ର, ରବି ପଣ୍ଡା, ଗୋପୀନାଥ ନାୟକ, ମୋହନ ପଣ୍ଡା ଗଭୀର ଦୁଃଖ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରୀ ରାଧା ଚରଣ ଜଣେ ମିଷ୍ଟା ଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ ତାଙ୍କ ମୃତ୍ୟରେ ଗଜପତି ଜିଲ୍ଲା ରେ ଶୋକ ଖେଳି ଯାଇଛି । ତାଙ୍କ ଉତ୍ତରାଧିକାରୀ ଭାବେ ଶ୍ରୀ ପଦ୍ମ ଚରଣ ଦାସ ଙ୍କୁ ମନ ନୟନ କରିଥିବା ଜଣାଯାଇଛି ।