ବିଜୁ ଜନତା ଦଳ ର ଟିଟିଲାଗଡ଼ ବ୍ଲକ ଏବଂ ମୁନିସିପାଲିଟିର ସଂକଳ୍ପ ସଭା ଅନୁଷ୍ଠିତ

0
204

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ଼, ତା(୦୯/୦୮) : ରବିବାର ଦିନ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ବିଜୁ ଜନତା ଦଳ ର ବ୍ଲକ ଏବଂ ମୁନିସିପାଲିଟିର ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 08 09 at 10.23.16 AM ବିଜୁ ଜନତା ଦଳ ର ଟିଟିଲାଗଡ଼ ବ୍ଲକ ଏବଂ ମୁନିସିପାଲିଟିର ସଂକଳ୍ପ ସଭା ଅନୁଷ୍ଠିତ

ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶ୍ରମ ବିକାଶ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲାର ବିଜୁ ଜନତା ଦଳ ର ପର୍ଯ୍ୟବେକ୍ଷକ ଶ୍ରୀ ସୁଶାନ୍ତ କୁମାର ସିଂ, ଟିଟିଲାଗଡ଼ର ବିଧାୟିକା ତଥା ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ପାଟଣାଗଡ଼ର ବିଧାୟକ ସରୋଜ ମେହେର, ବଲାଙ୍ଗିର ଜିଲ୍ଲା ବିଜେଡ଼ି ୟୁଥ୍ ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ମହିଳା ଦଳୀୟ ଜିଲ୍ଲା ସଭାପତି ଦମୟନ୍ତୀ ବାଗ, ଛାତ୍ର ନେତା ଗୁଞ୍ଜ ଖାଁ, ଏବଂ ଅନ୍ୟ ମାନଙ୍କ ମଧ୍ୟରେ ସରପଞ୍ଚ ସଙ୍ଘ ସଭାପତି ବୀରବର ସାହୁ, ବ୍ଲକ ଅଧ୍ୟକ୍ଷା ରମାକାନ୍ତୀ ପୁଟେଲ, ପୂର୍ବତନ ଅଧ୍ୟକ୍ଷା ଗୀତା ବିଶି, ଟିଟିଲାଗଡ଼ର ବିଜୁ ଜନତା ଦଳର ଛାତ୍ର ନେତା ଆଶୁତୋଷ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ । ସଭା ପରିଚାଳନା କରିଥିଲେ ପ୍ରମୋଦ କୁମାର ପ୍ରଧାନ ।

ମନ୍ତ୍ରୀ ଶୁଶାନ୍ତ ସିଂ କେନ୍ଦ୍ର ସରକାରଙ୍କ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିବା ସହ ଧାନର ଏମ ଏସ ପି ମୂଲ୍ୟ ବଢାଇଲେ ନାହିଁ, ରେଳ ବିଭାଗକୁ ବିକି ଦେଇଛନ୍ତି, ବଡୋଦରା ଷ୍ଟେସନକୁ ବିକ୍ରି କରିଥିବା କିଛି ଦିନ ତଳେ ମୁ ଖବରରେ ଦେଖିଥିଲି, ବେରୋଜଗାରି ହଟାଇବା ନ।ରା ଦେଇ ପ୍ରଧାନମନ୍ତ୍ରୀ ୨୦୧୪ ବୈତରଣୀ ପାର୍ କରି କଣ କଲେ ବୋଲି ପ୍ରଶ୍ନ କରିଥିଲେ ।

ଆଗକୁ ପଞ୍ଚାୟତି ନିର୍ବାଚନ ଆସୁଛି ସେଥିପାଇଁ ପ୍ରତି ବ୍ଲକକୁ ମଜବୁତ୍ କରିବା ସହ ସମସ୍ତ ଜିଲା ପରିଷଦ ଆସନ ହାତକୁ ନିଆଯିବ ବୋଲି ସମସ୍ତଙ୍କୁ ସଂକଳ୍ପ କରାଇବା ସହ ବିଜୟୀ ସୁନିଶ୍ଚିତ ବୋଲି କହିଥିଲେ ।

ସେହିପରି ଟିଟଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାବେଳେ ଟିଟିଲାଗଡ଼ ପାଇଁ ବିଭିନ୍ନ ପ୍ରକଳ୍ପ ଦେଇଛନ୍ତି । ବିଗତ ୪୦ ବର୍ଷରେ ଟିଟିଲାଗଡ଼ରେ ଯାହା ହୋଇନଥିଲା ଆପଣଙ୍କ ସହଯୋଗରେ ଆଜି ଟିଟିଲାଗଡ଼ର ବିକାଶ ହୋଇଛି ବୋଲି କହିଥିଲେ ।

ଆଗାମୀ ଦିନରେ ବଲାଙ୍ଗିର ଜିଲ୍ଲା କିପରି ରାଜ୍ୟର ଏକ ନମ୍ୱର୍ ଜିଲ୍ଲା ହେବ ସେ ଦିଗରେ ଏକ ହୋଇ ସମସ୍ତେ କାମ କରିବା ବୋଲି ଆହ୍ଵାନ ଦେଇଥିଲେ । ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର ଆଗକୁ କିପରି ପଞ୍ଚାୟତ ନିର୍ବାଚନରେ ସମସ୍ତ ସିଟ ନିଜ ଅକ୍ତିଆରକୁ ଆଣିବା ସେ ଦିଗରେ କାମ କରିବା ବୋଲି ସମସ୍ତଙ୍କୁ କହିବା ସହ ମତେ ଯେତେବେଳେ ଡ଼ାକିବେ ସେତେବେଳେ ନବୀନ ବାବୁଙ୍କ ଦୂତ ହୋଇ ପହଞ୍ଚିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।