ଅବକାରୀ ବିଭାଗ ର ଚଢ଼ାଉ ,ଦୁଇଟି ପୃଥକ ମାମଲା ରେ ଜଣେ ଲେଖାଏଁ ଗିରଫ

0
281

ରିପୋର୍ଟ : ସୁଶାନ୍ତ ବେହେରା
ବୋୖଦ୍ଧ,ହରଭଙ୍ଗା, (୦୯/୦୮) : ଆଜି ବୋୖଦ୍ଧ ସଦର ଅବକାରୀ ନିରୀକ୍ଷକ ଏବଂ ହରଭଙ୍ଗା ବ୍ଲକ ଚାରିଛକ ଅବକାରୀ ବିଭାଗ ଥାନାର ମିଳିତ ଚଢ଼ାଉରେ ବିପୁଳ ପରିମାଣର ମହୁଲ ଓ ଦେଶୀ ରନ୍ଧାମଦ ଜବତ କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକ ବାଣୀଭୂଷଣ ପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଙ୍ଘାଣି ବିଡ଼ା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଉକ୍ତ ଗ୍ରାମର ଗୋବର୍ଦ୍ଧନ ମଲ୍ଲିକ(୪୪) ନିଜଘରେ ରଖିଥିବା ୨୩୮ କେଜି ମହୁଲ କୁ ଜବତ କରିଥିବା ବେଳେ, ବେଆଇନ ମଦ ବିକ୍ରି ଅଭିଯୋଗ ରେ ଗ୍ରାମର ଜାନକୀ ମଲ୍ଲିକ ନାମକ ଜଣେ ମହିଳାଙ୍କ ଠାରୁ ୧୦ ଲିଟର ମଦ ଜବତ କରି ଗିରଫ କରିଛି । ଉଭୟଙ୍କ ନାମରେ ଦୁଇଟି ପୃଥକ ମାମଲା ରୁଜୁକରି ଉଭୟଙ୍କୁ ପରେ ଫୌଜଦାରୀ ଆଇନ ଧାରା ୪୧ ଅଧୀନରେ ଜାମିନରେ ଛାଡ଼ିଦେଇଥିବା ସୂଚନା ମିଳୁଛି ।

ଏହି ମଦ କୁ ବେପାରିମାନେ ବ୍ୟବସାୟ କରି ବେଶ ଦୁଇ ପଇସା ରୋଜଗାର କରି ଚାଲୁଥିବା ଅବିକାରୀଙ୍କ ବିଭାଗ ହାବୁଡ଼ରେ ମଦ୍ୟପ ବେପାରୀ । ଏହିଭଳି ଗ୍ରାମାଞ୍ଚଳ ମାନଙ୍କରେ ମଦ ବ୍ୟପାର ବହୁଳ ପରିମାଣରେ ହେଉଥିବା ଜଙ୍ଗୁ ଗ୍ରାମାଞ୍ଚଳ ଗୁଡିକରେ ସ୍ତ୍ରୀଲୋକ ମାନେ ମଦ୍ୟପ ଲୋକଙ୍କ ଭୟରେ ଘରୁ ପଦାକୁ ସଂଧ୍ୟା ସମୟରେ ବହାରୁନଥିବା ଜଣାପଡୁଛି।