ଅସହାୟ ଙ୍କ ବଳ ଆଦର୍ଶ ସରପଞ୍ଚ ସୁଶୀଳ : ସମସ୍ତ ରାଜନେତା ଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ

0
343

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ହରଭଙ୍ଗା( ୭/୮) : ଅନେକ ସମୟରେ ଆମେ ସମସ୍ତେ ଦେଖୁଛୁ କି ଆଜିର ରାଜନେତା ମାନେ ସାଧାରଣ ଜନତା ଙ୍କୁ ସେବା ଯୋଗାଇବା ବଳରେ ଲୁଟିବାରେ ଲାଗିଛନ୍ତି । ଅନେକ ସମୟରେ ଅନେକ ଭିଡ଼ିଓ ବି ଭାଇରଲ ହେଉଥିବାର ଦେଖିଥାଉ । କିନ୍ତୁ ଆଜିର ଦିନରେ ଏଭଳି ବି ନେତା ଅଛନ୍ତି ଯିଏ ଗରୀବ ଅସହାୟ ଙ୍କ ଦୁଃଖ ଦୁର୍ଦଶା ସମୟର ସାଥି ହେଉଛନ୍ତି ।

ଏଭଳି ଜଣେ ଯୁବନେତା ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ର ଲୋକପ୍ରିୟ ଓ ଯୁବ ସରପଞ୍ଚ ସୁଶୀଳ କୁମାର ପ୍ରଧାନ । ସେ ସେବା ମନୋଭାବ ରଖି ୨୦୧୭ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । ସେ ଛତ୍ରଙ୍ଗ ପଞ୍ଚାୟତର ସରପଞ୍ଚ ଭାବେ ଶପଥ ନେବା ପରଠାରୁ ପଞ୍ଚାୟତର ସମସ୍ତ ଜନ ସାଧାରଣ ଙ୍କ ସୁବିଧା ଅସୁବିଧା ଓ ଅସହାୟ ଙ୍କ ଦୁଃଖ ଦୁର୍ଦଶା ସମୟରେ ସଭିଙ୍କ ପାଖରେ ଠିଆ ହୋଇ ଲୋକଙ୍କ ସେବା କରିଆସୁଛନ୍ତି ଓ ଆବଶ୍ୟକ ସ୍ଥଳେ ସମସ୍ତ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ।

କିନ୍ତୁ ସବୁଠୁ ଚାଞ୍ଚଲ୍ୟକର କଥା ଏହା ଯେ ଗତ ୬ ତାରିଖରେ କୁସଙ୍ଗ ଚାରିଛକ ୨୩ ରାଜ୍ୟ ରାଜପଥ ବଗଛାପରା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟ ଘଟିଥିବା ବାଇକ ଆରୋହି ଛତ୍ରଙ୍ଗ ପଞ୍ଚାୟତ ର ବଡ଼ଗୁଣ୍ଡୁରୀସାହି ଗ୍ରାମର ଧରଣୀଧର ବେହେରା ଙ୍କ ମୃତ ସମ୍ବାଦ ଶୁଣିବା କ୍ଷଣି ସଙ୍ଗେସଙ୍ଗେ ଆସି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ |

ଧରଣୀ ବେହେରାଙ୍କ ମୃତ ଶରୀରକୁ ନିଜ କାନ୍ଧରେ ନେଇ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ କୁ ନେଇ ଶବ ବ୍ୟବଚ୍ଛେଦ କରି ମୃତଙ୍କ ଘରେ ଶବ ପହଞ୍ଚାଇ ଥିଲେ ଓ ନିଜେ ଶବ ସଂସ୍କାରର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ମୃତ ଧରଣୀ ବେହେରା ଙ୍କ ପରିବାର କୁ ସାନ୍ତ୍ୱନା ଦେଉଥିଲେ ।

ଏ ଖବର ଚର୍ଚ୍ଚାକୁ ଆସିବା ପରେ ସରପଞ୍ଚ ଙ୍କ ମହନୀୟ କାର୍ଯ୍ୟ ପାଇଁ ସମସ୍ତ ପଞ୍ଚାୟତ ବାସୀ ଓ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଆଦର୍ଶ ସରପଞ୍ଚ ସୁଶୀଳ କୁମାର ପ୍ରଧାନଙ୍କୁ ପ୍ରଶଂସାର ସୁଅ ଛୁଟିଛି । ତେବେ ସରପଞ୍ଚ ସୁଶୀଳ ସମସ୍ତ ରାଜନେତା ଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପଲଟିବା ସହ ନିଜର ମାନବିକତାର ପରିଚୟ ଦେଇଛନ୍ତି ।