ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ

0
124
ଆତ୍ମହତ୍ୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୮/୦୭) : ସହିପାରିଲାନି ସ୍ୱାମୀ ର ନିର୍ଯାତନା । ଶେଷରେ ମାସକର ଛୁଆକୁ ନେଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲା ମା’ ।

ଆତ୍ମହତ୍ୟା କରିବା ପାଇଁ ଯାଇଥିବା ମହିଳା ଓ ତାଙ୍କ ଶିଶୁକୁ ଉଦ୍ଧାର କରିଛି ପୁଲିସ । ଏପରି ଘଟଣା ଘଟିଛି କଟକ ଷ୍ଟେସନରେ । ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି । ଗତକାଲି ରାତିରେ ଜଣେ ମହିଳା ନିଜର ମାସକର ଛୁଆକୁ ନେଇ କଟକ ରେଳ ଷ୍ଟେସନରେ ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣା ଉପରେ ବସିଥିଲେ । ଏହି ସମୟରେ ପେଟ୍ରୋଲିଂ କରୁଥିବା ମହିଳା ଆରପିଏଫ ଅଫିସରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ।

ରେଳ ଧାରଣା ଉପରେ କାହିଁକି ବସିଛି ବୋଲି ପୁଲିସ ପଚାରିବା ସହ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲା । ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଦେଇଥିଲା । ମହିଳା ଜଣଙ୍କ ପାରିବାରିକ କଳହ ଯୋଗୁଁ ଜୀବନରେ ହାରିବାକୁ ଆସିଥିଲେ ବୋଲି  ଜଣାପଡ଼ିଥିଲା ।