ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ

0
380
ଜିଲ୍ଲାରେ ବେଆଇନ ମଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୦୮/୦୮) : ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ଅବକାରୀ କମିଶନର ଆଶିଷ ସିଂହ, ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବ ସିଂ ଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ।

ଜିଲ୍ଲାରେ ବେଆଇନ ମଦ କାରବାର ରୋକିବାକୁ ଅବକାରୀ ଅଧିକ୍ଷକ ନିଜେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଜିଲ୍ଲା ର ଗୁଣପୁର, ଗୁଡ଼ାରୀ, କଲ୍ୟାଣସିଂହପୁର, କାନ୍ଦିଲି ଓ ରାୟଗଡ଼ା ସହରରୁ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ୭୬୦ ଲିଟର ଦେଶୀ ମଦ ଜବତ ସହ ୪୮୫୦ ଲିଟର ପୋଚ ନଷ୍ଟ କରାଯାଇଛି ।

ସେହିପରି ନକଲି ବିଦେଶୀ ମଦ ୩୦ ଲିଟର, ବିଅର ୪୦ ଲିଟର, ନକଲି ମଦ ପ୍ରସ୍ତୁତ ରେ ବ୍ୟବହୃତ ୯.୫ ଲିଟର ସ୍ୱିରିଟ, ୬୧୫ ଗୋଟି ଠିପି, ଖାଲି ବୋତଲ, ୧୪୫ ଗୋଟି ନକଲି ଲେବୁଲ ଏବଂ ଦୁଇ ଗୋଟି ମଟର ସାଇକେଲ ଜବତ କରିବା ସହ ଚୋରା ମଦ କାରବାର ଅଭିଯୋଗରେ ୧୬ ଟି ମାମଲା ରୁଜୁ ହୋଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।

ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ରାୟଗଡ଼ା ଇନସପେକ୍ଟର୍ ବୁ ସୀମାକିରଣ ବେକ, ସଦର ଓଆଇସି ସୂର୍ଯ୍ୟନାରାୟଣ ରଥ, ଏସଆଇ, ମୋବାଇଲ୍ ସ୍କ୍ବାର୍ଡ ଆଶୀର୍ବାଦ ବେହେରା, ଗୁଣୁପୁର ନିରୀକ୍ଷକ ହିତନ୍ସୁ ଶେଖର ମଲ୍ଲିକ ପ୍ରମୁଖ ଚଢ଼ାଉରେ ସାମିଲ୍ ହୋଇଥିଲେ । ଅବକାରୀ ବିଭାଗ ର ଏଭଳି ଆକ୍ସନ ମୂଡ଼ ଯୋଗୁଁ ଭୟଭୀତ ହୋଇପଡିଛନ୍ତି ଚୋରା ମଦ ବେପାରୀ । ତେବେ କେବେ ଅବକାରୀ ବିଭାଗ ଏହି ଚୋରା ମଦ ବ୍ୟାପାର ଉପରେ ସମ୍ପୂର୍ଣ୍ଣ ରୂପେ ଅଙ୍କୁଶ ଲଗାଇବାରେ ସଫଳ ହେଉଛି ଦେଖିବାକୁ ବାକି ରହିଲା ।