ଅଟୋ ଓ ବାଇକ ଉପରେ ମାଡ଼ିଗଲା କାର୍‌ : ୬ ଜଣ ମୃତ

0
135
ଅଟୋ ଓ ବାଇକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଗୁଜରାଟ, (୧୨/୦୮) : ସିରିଜ୍ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି । କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି ।

ଗୁଜରାଟ ର ଆନନ୍ଦରେ ଗୁରୁବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଗ୍ରସ୍ତ ଏସ୍‌ୟୁଭିକୁ କଂଗ୍ରେସ ର ସୋଜିତ୍ର ବିଧାୟକ ପୁନାମଭାଇ ମାଧାଭାଇ ପାରମରଙ୍କ ଜ୍ୱାଇଁ ଖେତନ ପଢ଼ିହାରୀ ଚଳାଉଥିଲେ । ଏହି ଘଟଣାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି । ଆନନ୍ଦ ସହର ଓ ତାରପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ବେଳେ କାର ଚାଳକ ଜଣଙ୍କୁ ନିଶାଷକ୍ତ ଅବସ୍ଥାରେ ରହିଥିଲେ । ଗୁଜରାଟରେ ମଦ ବ୍ୟାନ ଥିବାବେଳେ ସେ କେଉଁ ନିଶା ଖାଇଥିଲେ, ତା’ର ମଧ୍ୟ ତଦନ୍ତ କରାଯାଉଛି । ଆନନ୍ଦ ଜିଲ୍ଲା ର ଏଏସ୍‌ପି ଅଭିଷେକ ଗୁପ୍ତା କହିଛନ୍ତି, “ଗୋଟିଏ କାର, ଅଟୋ ଓ ବାଇକ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି ।

ଅଟୋରେ ଥିବା ୪ ଜଣ ଓ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ର ଏବେ ତଦନ୍ତ ଚାଲିଛି ।” ଗୁରୁବାର ରାତିରେ ଜିୟାବେନ ମିସ୍ତ୍ରୀ, ଜାହ୍ନବୀବେନ ମିସ୍ତ୍ରୀ ଓ ସେମାନଙ୍କ ମାଁ ବୀଣାବେନ ମିସ୍ତ୍ରୀ ଗୋଟିଏ ଅଟୋରେ ଘରକୁ ଫେରୁଥିଲେ । ଏମାନେ ସମସ୍ତେ ରାକ୍ଷୀ ପୂର୍ଣ୍ଣିମା ପାଇଁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ତେବେ ସେମାନେ ଘରକୁ ଫେରୁଥିବା ବେଳେ ହଠାତ୍‌ କିଆ ସେଲଟୋସ ଏସ୍‌ୟୁଭି ଅଟୋର ପଛ ପଟୁ ଧକ୍କା ଦେଇଥିଲା ।

ଫଳରେ ଏହା ରାସ୍ତାରେ ଓଲଟି ପଡ଼ିଥିଲା । ଅଟୋକୁ ପିଟିବା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଗୋଟିଏ ବାଇକୁ ଧକ୍କା ଦେଇଥିଲେ । ବାଇକରେ ଯୋଗେଶ ଓ ସନ୍ଦୀପ ଯାଉଥିଲେ । ସେମାନେ ମଧ୍ୟ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ଏହାପରେ କାର୍‌ଟି ବି ରାସ୍ତା କଡ଼କୁ ଖସିପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ କାର ଡ୍ରାଇଭରଙ୍କୁ ଛାଡ଼ି ଅଟୋ ଓ ବାଇକରେ ଥିବା ୬ ଜଣଙ୍କ ଜୀବନ ଯାଇଛି ।