ବଂଶଧାରା ରେ ବୃଦ୍ଧ ନିଖୋଜ

0
158
ବଂଶଧାରା ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୮) : ଆଜି ବଡି ଭୋର ରୁ କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଅଞ୍ଚଳ ର ଜଣେ ବୃଦ୍ଧ ବଂଶଧାରା ରେ ନିଖୋଜ ଥିବା ଜଣା ପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ବୁଦୁରା ଅଞ୍ଚଳ ର ଜଣେ ବୃଦ୍ଧ ଆଜି ସକାଳୁ ବଂଶଧାରା ରେ ନିଖୋଜ ଥିବା କଥା ବୁଦୁରା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର କାଶୀନଗର ଥାନାରେ ଅଭିଯୋଗ କରିଛନ୍ତି । କାଶୀନଗର ପୋଲିସ, ଅଗ୍ନିଶମ ବିଭାଗ, ବ୍ଲକ ପ୍ରଶାସନ ଓ ତହସିଲଦାର ଲରେମାନ ଖରସେଲ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ନଦୀ ରେ ଅକାତ କାତ ପାଣିରେ କାଳେ ବୃଦ୍ଧ ଟି ଖସି ଯାଇଥିବ ଭାବି ଅଗ୍ନିଶମ ବିଭାଗ ଦ୍ୱାରା ନଦୀରେ ଖୋଜିବା କାମ ଆରମ୍ଭ ହୋଇଯାଇଛି । ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ମଧ୍ୟ ଘଟଣା ସ୍ଥଳ ରେ ଅଛନ୍ତି । ଏ ଯାଏଁ ବୃଦ୍ଧ ଟି ର ପତ୍ତା ମିଳିନାହିଁ ।