କେନ୍ଦ୍ରୀୟ ସେବା ଅଧିକାରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ

0
163
କେନ୍ଦ୍ରୀୟ ସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା (୧୮/୮) : କେନ୍ଦ୍ରୀୟ ସେବା ଅଧିକାରୀଙ୍କ ଏକ ୬ ଜଣିଆ ଟିମ୍ ଯଥା – ଶ୍ରୀମତୀ ଚିତ୍ରା, ଶ୍ରୀମତୀ ଦିପା ସୁବ୍ରମଣ୍ୟମ, ଶ୍ରୀ ଚରଣ ଜିତ୍ ସିଂ, ଶ୍ରୀ ଗିରିଶ କୁମାର, ଶ୍ରୀ ଗୌତମ ଭଟ୍ଟାଚାର୍ୟ, ଶ୍ରୀ ଆଇଜା କ ଜିରାଡ ବେନ୍ ରାୟଗଡ଼ା ଗସ୍ତ କରି ଆଜି ଭୋର ରୁ ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀ କୁ ଫେରିଯାଇଛନ୍ତି ।WhatsApp Image 2022 08 18 at 4.41.41 PM କେନ୍ଦ୍ରୀୟ ସେବା ଅଧିକାରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ

ସେଠାରୁ ସେମାନେ ଦିଲ୍ଲୀ ଫେରିଯିବେ । ତା ୧୨/୮/୨୦୧୨ ରିଖ ଠାରୁ ଜିଲ୍ଲା ର ବିଭିନ୍ନ ବ୍ଲକ ତଥା ଅନୁଷ୍ଠାନ ଗୁଡ଼ିକୁ ଗସ୍ତ କରିଥିଲେ । କେନ୍ଦ୍ରୀୟ ସେବା ଅଧିକାରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ କାଳରେ ପ୍ରଥମେ ସେମାନେ ରାୟଗଡ଼ ବ୍ଲକ ସ୍ଥିତ କନ୍ଧମାଲିଗାଁ ଆଶ୍ରମ ବିଦ୍ୟାଳୟ ଗସ୍ତ କରିଥିଲେ ଓ ଛାତ୍ରୀମାନଙ୍କ ରହିବା, ଖାଇବା, ପଢ଼ାପଢ଼ି କରିବା ସହ ପାଠ୍ୟ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ଏପରିକି ପିଲାଙ୍କ ସହ ମିଶି MDM ମଧ୍ୟ ଖାଇଥିଲେ । ସେଠାରୁ ସେମାନେ କୋଲନରା ବ୍ଲକ ସ୍ଥିତ କନ୍ଧ ଡେଙ୍ଗାସରି ଗ୍ରାମ ପରିଦର୍ଶନରେ ଯାଇଥିଲେ ।

ସେଠାରେ ଓଡ଼ିଶା ଜୀବିକା ମିଶନ ତରଫରୁ ହେଉଥିବା ୫ ଏକର ଜମିରେ ଗେଣ୍ଡୁଫୁଲ ଚାଷ, ମହୁ ଚାଷ, ଛତୁ ଚାଷ, ପାନୀୟଜଳ, ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମିତ ପାଇଖାନା, ବହୁମୁଖି ଚାଷ ପରିଦର୍ଶନ କରିଥିଲେ । ବିଭିନ୍ନ ସ୍ଵଂୟ ସହାୟିକା ଗୋଷ୍ଠୀ ର ସଦସ୍ୟମାନଙ୍କୁ ଏସବୁ ସମ୍ପର୍କରେ ପଚାରି ବୁଝିଥିଲେ । ପରଦିନ ବିଷମକଟକ ସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ କିରିମଯୋଡି ଗ୍ରାମରେ ଦିଆଯାଉଥିବା ସୁବିଧା ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।

ସେଠାରେ ସେମାନେ ଆଦିମ ଜନଜାତି ମାନଙ୍କ ସହ ମିଶି ହର ଘର ତ୍ରିରଙ୍ଗା ଉତ୍ସବ ପାଳନ କରିଥିଲେ । ଅଗଷ୍ଟ ୧୫ ତାରିଖରେ ରାୟଗଡ଼ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହରେ ଅତିଥିରୁପେ ଅଂଶ ଗ୍ରହଣ କରିଥିଲେ । ସେହିଦିନ ଜେକେପୁର ସ୍ଥିତ କାଗଜ କଳ ଓ ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀ, ଲକ୍ଷ୍ମୀ ନାରାୟଣ ମନ୍ଦିର ପରିଦର୍ଶନ କରି ଖୁସି ପ୍ରକଟ କରିଥିଲେ ।

କୋଲନରା ବ୍ଲକ ଗସ୍ତ କରି କେନ୍ଦ୍ର ଓ ରାଜ୍ୟ ତରଫରୁ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଡିଏସ, ମଧୁବାବୁ ପେନସନ ଯୋଜନା ଉପରେ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏତଦବ୍ୟତୀତ ସେମାନେ ରାୟଗଡ଼ା ସ୍ଥିତ ଭିଉ ପଏଣ୍ଟ, ନାଗାବଳୀ ନଦୀ, ଝୁଲା ବ୍ରିଜ, ରେଳ ଷ୍ଟେସନରେ ବାଉଁଶ ନିର୍ମିତ ଅଳଙ୍କାର ଓ ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘୋରୀଆଣି ଙ୍କ ଦର୍ଶନ କରିଥିଲେ । ଜିଲ୍ଲା ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କ ଦ୍ଵାରା ଓଡ଼ିଶା ଜୀବିକା ମିଶନ ତରଫରୁ ନିର୍ମିତ ହସ୍ତକଳା କାଷ୍ଠ ହସ୍ତୀ ଓ ମାଁ ମଝିଘୋରୀଆଣି ଙ୍କ ଫୋଟ ପ୍ରଦାନ କରାଯାଇଥିଲା ।

ଏହି ୭ ଦିନିଆ କାର୍ଯ୍ୟକ୍ରମରେ ଶ୍ରୀ କାଳୁ ଚରଣ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୋଡାଲ ଅଧିକାରୀ ରୂପେ ସୁଚାରୁରୂପେ କାର୍ଯ୍ୟ ସଂଜଯୋନା କରିଥିଲେ ଏବଂ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ହେମନ୍ତ କୁମାର ବାଘ, ଜିଲ୍ଲା ପ୍ରକଳ୍ପ ପରିଚାଳକ ମୋନରଞ୍ଜନ ବେହେରା, ଓଡ଼ିଶା ଜୀବିକା ମିଶନ, ଅଶୋକ କୁମାର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ସୁଦର୍ଶନ ପାଢୀ, ପ୍ରକଳ୍ପ ପରିଚାଳକ, ଡିକେଡିଏ ଚାଟିକଣା, ଗୌରହରି ପଟ୍ଟନାୟକ, ବିଡ଼ିଓ, କୋଲନରା, ନୃସିଂହ ଚରଣ ପଟ୍ଟନାୟକ, ଏ ବିଡ଼ିଓ, କୋଲନରା, ନାରାୟଣ ମିଶ୍ର, ଡେପୁଟି କଲେକ୍ଟର, ଜିଭି ଏସ୍ ରାଓ , ବରିଷ୍ଠ ରାଜସ୍ୱ ସହାୟକ, ରାମ ସାହୁ, ନାଜିର,ସମୀର ପିଡ଼ିକା, ଭିନ୍ନକ୍ଷମ ବିଭାଗ, ରମେଶ ଚନ୍ଦ୍ର ପ୍ରଧାନ, ଡ଼୍ରାଇଭର ଓ ଆର୍ ଟି ଓ କାର୍ଯ୍ୟାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ ।