Friday, March 29, 2024

Top 5 This Week

Related Posts

ବେଆଇନ ଡ଼ଙ୍ଗା ଚାଳନା କୁ ବନ୍ଦ କଲା ପ୍ରଶାସନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୮) : କାଶୀନଗର ବ୍ଲକ ର ଖଣ୍ଡାବା, ଇଦୁଡ଼ି ଓ କାଶୀନଗର ଠାରେ ବର୍ଷା ଦିନ ଆସିଲେ ବିଭିନ୍ନ ନଦିଘାଟରେ ଡ଼ଙ୍ଗା ଚାଲିଥାଏ, ବେଆଇନ ଡ଼ଙ୍ଗା ମଧ୍ୟ ଚାଲିଥାଏ । ଏହି ଡ଼ଙ୍ଗା ଦ୍ୱାରା ଆନ୍ଧ୍ର ପ୍ରଦେଶ ଲୋକ ଓଡ଼ିଶା ଓ ଓଡ଼ିଶା ଲୋକ ଆନ୍ଧ୍ର କୁ ଯାତାୟାତ କରିଥାନ୍ତି ।

ହେଲେ ବିଭିନ୍ନ ପଞ୍ଚାୟତ ଓ ପୌର କର୍ତ୍ତୃପକ୍ଷ ନଦୀଘାଟ ନିଲାମ ଡାକିଥାନ୍ତି । କିନ୍ତୁ ନଦୀଘାଟ ନିଲାମ ଡାକିବା ଲୋକ ର ଡ଼ଙ୍ଗା ଦରକାର ହୋଇଥାଏ । ଏହି ଡ଼ଙ୍ଗା ଚାଳନା ର ଅବଧି ଜୁନ ମାସ ରୁ ଫେବୃଆରୀ ପର୍ଯ୍ୟନ୍ତ ରହିଥାଏ କାରଣ ଏହି ସମୟରେ ବି ନଦୀରେ ପାଣିଥାଏ । ବେଆଇନ ଡ଼ଙ୍ଗା ଚାଳନା ହୋଇଥାଏ । ଯାତ୍ରୀ ମାନେ ବନ୍ଧୁ ବାନ୍ଧବ ଘରକୁ ଯିବା, ଯାନୀ ଯାତ୍ରା ଓ ଆନ୍ଧ୍ର ର ବସ କୁ ଯିବା କାର୍ଯ୍ୟକ୍ରମ ଥାଏ ।

ହେଲେ ଡ଼ଙ୍ଗା ବାଲା ଯାତ୍ରୀଙ୍କ ସୁରକ୍ଷା କେବେ ବି ଚିନ୍ତା କରନ୍ତି ନାହିଁ, ଏଣୁ କାଶୀନଗର ତହସିଲଦାର ଙ୍କ ନଜରରେ ଏହା ପଡିବା ପରେ ଗତକାଳୁ ତହସିଲଦାର ଶ୍ରୀ ଲରେମାନ ଖରସେଲ ସଦଳ ବଳେ ଚଢ଼ାଉ କରି ସେମାନଙ୍କୁ ତାଗିଦ କରିଛନ୍ତି କି ଏଣିକି ଲାଇଫ ଜ୍ୟାକେଟ ବିନା କୌଣସି ଯାତ୍ରୀ ଙ୍କୁ ନେବା ଆଣିବା କଲେ ଡ଼ଙ୍ଗା ଜବତ ହେବ ଓ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଶ୍ରୀ ଖରସେଲ ଦେଇଛନ୍ତି ।

Popular Articles