ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ସହ ଖେଳିବା ନେଇ ତୀବ୍ର ଉତ୍ତେଜନା

0
263
ମ୍ୟାଡ଼ିକାଲ କଲେଜ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୨୧/୦୮) : ଜିଲ୍ଲାରେ ଏକ ମ୍ୟାଡ଼ିକାଲ କଲେଜ ଡାକ୍ତରଖାନା ସ୍ଥାପନ ହେବା ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା ହେବା ଓ ଅବହେଳିତ, ନିଷ୍ପେସିତ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ସାଧାରଣ ଲୋକଙ୍କ ସବୁ ଆଶା ପୂରଣ ହେବା ଆଶା ଏବେ ଫସର ଫାଟିଗଲା ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମ୍ୟାଡ଼ିକାଲ କଲେଜ ଡାକ୍ତରଖାନାରେ ନାମକୁ ମାତ୍ର ପଦାଧିକାରୀ ଓ କର୍ମଚାରୀ ମାନେ ସେବା ମନୋଭାବ ପୋଷଣ ବଦଳରେ ଯେ କୌଣସି ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ରୋଗୀ ପହଞ୍ଚିବା ମାତ୍ରେ ନା ନା ଆଳରେ ଅନ୍ୟତ୍ର ସ୍ଥାନାନ୍ତରିତ କରି ନିଜ ଦାୟିତ୍ୱ ଶେଷ କରି ରୋଗୀ ଜୀବନ ସହ ଖେଳି ଆସୁଥିବା ତଥା ତିନି ମାସରେ ତେର ଜଣଙ୍କ ମୃତ୍ୟୁ ହୋଇଛି । ଏପରି କି ବଲାଙ୍ଗୀର ରୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ ହୋଇ ଗଲେ ସେଠି ଘଣ୍ଟା ଘଣ୍ଟା ଅପେକ୍ଷା କରାଇ ନିଜ ମୋବାଇଲ୍ ଓ ଘର କଥାରେ ବ୍ୟସ୍ତ ରହିବା ଅଭିଯୋଗ ହେଉଛି ।

ଗତ ମାସରେ ଏହି ଭଳି ଅବହେଳା ଯୋଗୁଁ କନ୍ଦାଖାଲ ସମୀର ନାଗ ନାମକ ଜଣେ ଯୁବକ ଙ୍କ ମୃତ୍ୟୁ ବରଣ ନେଇ ପରିବାର ଲୋକେ ଅଦାଲତ ର ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ବୁର୍ଲା ଡ଼ାକ୍ତରଖାନାରେ ସବୁ ବଲାଙ୍ଗୀର ରୁ ଆମ ନିକଟକୁ ପଠେଇ ଦେଉଛନ୍ତି କହି ଦୁର୍ବ୍ୟହାର କରିବା ସହ ସେମାନେ କିଛି ଇଞ୍ଜେକ୍ସନ, ସାଲାଇନ୍ ଦେଇ ତୁରନ୍ତ କଟକ ନେଇଯିବା କୁ କହିଦେଇଥାନ୍ତି ।

ସେହିପରି ଟିଟିଲାଗଡ ହାଟପଦା ପଡ଼ା ର ଜଣେ ଯୁବକ ଟିଟିଲାଗଡ ରୁ ଯାଇ ଥିବା ଓ ସ୍ଵାସ୍ଥ୍ୟରେ ଉନ୍ନତି ହୋଇଆସୁଥିବା ବେଳେ ବୁର୍ଲା ନେଇଯାଅ କହି ଡିସଚାର୍ଜ କରିଦେଇ ଥିବା ନେଇ ଜନସେବା ସଂଘ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଚାପା ଉତ୍ତେଜନା ପ୍ରକାଶ ପାଇଛି । ରୋଗୀ ଙ୍କୁ ଖଟିଆ ବା ଶଯ୍ୟା ଅଭାବ ଥିବା ଓ ଡାକ୍ତର, କର୍ମଚାରୀ ଅଭାବ ରହିଥିବା ବିଭାଗୀୟ ଅଧିକାରୀ ନିଜ ନାମ ଗୋପନ ରଖିବା କୁ ଅନୁରୋଧ କରି ସୂଚନା ଦେଇ ବିଭିନ୍ନ ସମସ୍ୟା ଆମ ନିକଟରେ କହିଛନ୍ତି ।

ତେବେ ଏ ସମସ୍ୟା ପ୍ରତି ସରକାରୀ ପଦାଧିକାରୀ ଙ୍କ ସାମାନ୍ୟ ଆନ୍ତରିକ ତା ନାହିଁ ବୋଲି ପ୍ରକାଶ କରିଛନ୍ତି । ରୋଗୀ ତଳେ ଦୟନୀୟ ଅବସ୍ଥାରେ ଗାଡ଼ି ଦୁର୍ଦ୍ଦଶା ଭୋଗୁଥିବା ସତ୍ତ୍ୱେ ଅନେକ ବେଡ ବା ଶଯ୍ୟା ସହ କୋଠା ମାନ ଖାଲି ପଡ଼ିଛି । ରୋଗୀ ଙ୍କ ପାଇଁ ଆସିଥିବା ବେଡ ଗୁଡ଼ିକ ପଡ଼ି ରହି ବ୍ୟବହାର ହୋଇ ନ ପାରି ସମ୍ପୂର୍ଣ୍ଣ ନଷ୍ଟ ହୋଇସାରିଲାଣି । ଏ ନେଇ ତୁରନ୍ତ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି ।