ପୂର୍ବ ଶତ୍ରୁତାକୁ ନେଇ ଛୁରୀ ଭୂଷି ଆଖି ଫୁଟେଇ ଦେବା ଅଭିଯୋଗ

0
124
ପୂର୍ବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୦୧/୦୯) : ଟିଟଲାଗଡ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ବୈଷ୍ଣବ ମାଝୀ (୪୫) ନାମକ ଜଣେ ବ୍ୟକ୍ତି ଙ୍କୁ ଉକ୍ତ ଗ୍ରାମ ର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ଏକ ଛୁରୀରେ ଆକ୍ରମଣ କରି ତାଙ୍କ ଆଖି ଫୁଟେଇ ଦେଇଥିବା ଅଭିଯୋଗ କରିଛନ୍ତି ।

ସୁଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଥିବା ବେଳେ ବୈଷ୍ଣବ ମାଝୀ ତାଙ୍କ ପରିବାର ଲୋକ ଙ୍କ ସହ ଘରେ ପୂଜା କରିବା ସହ ଘରେ ଥିଲେ । ହେଲେ ଉକ୍ତ ଗ୍ରାମର ପିତାମ୍ବର ମାଝୀ ନାମକ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାକୁ ନେଇ ରାଗ ରଖିଥିବା ବେଳେ ସେ ଏକ ଧାରୁଆ ଛୁରୀ ନେଇ ତାଙ୍କ ଘର ନିକଟରେ ଗାଳି ଗୁଲଜ କରିଥିଲା ଓ ଏହାର ବିରୋଧ କରିବା ରୁ ବୈଷ୍ଣବ ଙ୍କୁ ଉକ୍ତ ଛୁରୀରେ ଆକ୍ରମଣ କରି ତାଙ୍କ ଏକ ଆଖି ଫୁଟେଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଟିଟଲାଗଡ ମୂଖ୍ୟ ଡାକ୍ତଖାନାରେ ଭର୍ତ୍ତି କରିଛନ୍ତି । ଟିଟିଲାଗଡ଼ ପୋଲିସ ଥାନାରେ ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।