ପୁଣି ଆରମ୍ଭ ହେଲା ମୁନ୍‌ ମିଶନ୍‌ : ଚନ୍ଦ୍ରକୁ ମଣିଷ ପଠାଇବ ନାସା

0
144
ପୁଣି ଆରମ୍ଭ ହେଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ୍‌ , (୦୩/୦୯) : ପୁଣି ଆରମ୍ଭ ହେଲା ମୁନ୍‌ ମିଶନ୍‌ । ଆମେରିକୀୟ ଗବେଷଣା ସଂସ୍ଥା ନାସା ର ବହୁ ପ୍ରତୀକ୍ଷିତ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଛି ।

ପୁଣି ଆରମ୍ଭ ହେଲା ମୁନ୍‌ ମିଶନ୍‌ । ଚନ୍ଦ୍ରକୁ ପୁଣି ମଣିଷ ପଠାଇବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅଭିଯାନ ପାଇଁ ଫ୍ଲୋରିଡ଼ା ର କେନେଡି ସ୍ପେଶ୍ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୯୮ ମିଟର ଉଚ୍ଚ ବିରାଟକାୟ ତଥା ଅତ୍ୟାଧୁନିକ ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ । ଏଥିରେ ଦୁଇଟି ମହିଳା ଓ ଗୋଟିଏ ପୁରୁଷ ମାନେକୁଇନ୍‌ ଯିବ । ଏଥିରେ ଖଞ୍ଜା ଯାଇଥିବା ସେନ୍ସର ତେଜସ୍କ୍ରିୟ ବିକିରଣ ଓ କମ୍ପନ ର ମାତ୍ରା ସମ୍ପର୍କରେ ଅନୁଧ୍ୟାନ କରିବ ।

ଏହା ପରେ ନୂଆ ରକେଟ୍ ଓ ନୂଆ କ୍ୟାପସୁଲରେ ପରବର୍ତ୍ତୀ ଦୁଇଟି ମିଶନରେ ଚନ୍ଦ୍ରକକ୍ଷକୁ ଯିବେ ମହାକାଶଚାରୀ । ଓରିଅନ୍ ଟେଷ୍ଟ କ୍ୟାପସୁଲ ଚନ୍ଦ୍ର ର କକ୍ଷରେ କିଛି ସପ୍ତାହ ପାଇଁ ପରିକ୍ରମଣ କରିବା ପରେ ଏହା ପୃଥିବୀକୁ ଫେରିଆସିବ । ଏହା ପ୍ରଶାନ୍ତ ମହାସାଗରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ଓରିଅନ୍ ଟେଷ୍ଟ କ୍ୟାପସୁଲ୍ ଓ ସ୍ପେସ୍ ଲଞ୍ଚ ସିଷ୍ଟମ୍ ମିଳିତ ଭାବେ ପ୍ରାୟ ୬୫ ହଜାର କିଲୋମିଟର ଅତିକ୍ରମ କରିବେ ।

ଅଗଷ୍ଟ ୨୯ ରେ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଉତ୍‌କ୍ଷେପଣ ର ମାତ୍ର ୪୦ ମିନିଟ୍ ପୂର୍ବରୁ ଥିବା ରକେଟ ର ସ୍ପେସ୍ ସିଷ୍ଟମ-SLS ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା । ଫଳରେ ନାସା ର ଏହି ମୁନ୍ ମିଶନକୁ ସ୍ଥଗିତ ରଖାଯାଇଥିଲା ।