ପୁଣି ଭାରତ-ପାକିସ୍ତାନ ମୁକାବିଲା

0
160
ପୁଣି ଭାରତ-ପାକିସ୍ତାନ ମୁକାବିଲା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଦୁବାଇ, (୦୩/୦୯) : ଏସିଆ କପରେ ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା । ସୁପର ଫୋରରେ ସାମ୍ନାସାମ୍ନି ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ।

ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଥିଲା ଭାରତ । ଆଜି ଏସିଆ କପ ର ଏକ ମ୍ୟାଚ୍‌ରେ ହଂକଂ କୁ ହରାଇ ସୁପର ଫୋରରେ ପହଞ୍ଚିଛି ପାକିସ୍ତାନ । ତେଣୁ ପୁଣି ଭାରତ-ପାକିସ୍ତାନ ମୁକାବିଲା ହେବା ପକ୍କା ହୋଇଛି । ହଂକଂ କୁ ୧୫୫ ରନ ରେ ହରାଇ ସୁପର ଫୋରକୁ ଗଲା ପାକିସ୍ତାନ । ପାକିସ୍ତାନ ର ୧୯୩/୨ ରନ୍ ଜବାବରେ ହଂକଂ ମାତ୍ର ୩୮ ରନ୍ ରେ ଅଲଆଉଟ୍ ହୋଇଯାଇଛି । ପାକିସ୍ତାନ ର ଚମତ୍କାର ବ୍ୟାଟିଂ ସାଙ୍ଗକୁ ବୋଲିଂ ପ୍ରତିପକ୍ଷକୁ ଚିତ୍ କରିଦେଇଥିଲା । ତେଣୁ ଭାରତ-ପାକିସ୍ତାନ ଭିତରେ ସୁପର ଫୋର ମ୍ୟାଚ୍ ଖୁବ୍ ରୋମାଞ୍ଚପୂର୍ଣ୍ଣ ହେବ ବୋଲି ଆଶା ରହିଛି ।