ପୋଲିସ ପେଟ୍ରୋଲିଙ୍ଗ ଗାଡ଼ିକୁ ଟେକା ମାରି ସରପଞ୍ଚ ଅଟକ

0
109
ପୋଲିସ ପେଟ୍ରୋଲିଙ୍ଗ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୬/୦୯) : ପୋଲିସ ପେଟ୍ରୋଲିଙ୍ଗ ଗାଡ଼ିକୁ ଢେଲା ପଥର ମାରି ଥାନାରେ ଅଟକ ଅଛନ୍ତି ସରପଞ୍ଚ ଓ ତାଙ୍କ ଦୁଇ ସହଯୋଗୀ ।

ଏଭଳି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଘଟିଅଛି । ଅଟକ ସରପଞ୍ଚ ଜଣଙ୍କ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ବୋଲି ଜଣାଯାଇଛି । ଗତକାଲି ରାତିରେ ନିର୍ଗୁଣ୍ଡି ପଞ୍ଚାୟତରେ ଗଣେଶ ଭସାଣୀ ଚାଲିଥିଲା । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୋଲିସ ପେଟ୍ରୋଲିଙ୍ଗ କରୁଥିଲେ । ଏହି ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ସରପଞ୍ଚ ଓ ତାଙ୍କର ଦୁଇ ସହଯୋଗୀ ପୋଲିସ ଗାଡ଼ି ଉପରକୁ ଟେକା ପଥର ମାଡ଼ କରିଥିଲେ ।

ଏହି ଘଟଣାରେ ଧାମନଗର ଥାନା ପୋଲିସ ନିର୍ଗୁଣ୍ଡି ସରପଞ୍ଚ ଓ ତାଙ୍କର ୨ ସହଯୋଗୀ ଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି । ସରପଞ୍ଚ ଓ ତାଙ୍କ ସହଯୋଗୀ କେଉଁ କାରଣ ପାଇଁ ପୋଲିସ ଗାଡ଼ିକୁ ଢେଲାପଥର ମାଡ଼ କଲେ ତାହାର ଜଣାପଡ଼ିନାହିଁ । ଏ ନେଇ ସରପଞ୍ଚଙ୍କର କୌଣସି ପ୍ରତିକ୍ରୀୟା ମିଳିନାହିଁ । ପୋଲିସ ଘଟଣା ର ତଦନ୍ତ କରୁଛି ।