ବେଆଇନ ପଥର ଫୁଟା : ଜନବସତି ପାଇଁ ବିପଦ !

0
106
ବେଆଇନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୯) : କାଶୀନଗର ଥାନା ଅଞ୍ଚଳ ଖଣ୍ଡବା ପଞ୍ଚାୟତ ର ପୁରୁଟିଗୁଡା ନିକଟରେ ବେଆଇନ ଭାବେ ପଥର ଫୁଟା ହୋଇଥିବା ଜଣାଯାଇଛି ।

ଖବର ନେବାରେ ଜଣାଯାଇଛି କି, ପୁରୁଟିଗୁଡା ନିକଟରେ ଥିବା ପାହାଡ଼ରେ ଦୀର୍ଘ ଦିନ ହେବ ବେଆଇନ ଭାବେ ଜିଲୋଟିନ ଲଗାଇ ପଥର ଫୁଟା ଚାଲି ଆସିଛି । ଏ ନେଇ ଖଣ୍ଡାବା ର ଜଣେ ବ୍ୟକ୍ତି ତାଙ୍କ କ୍ଷେତରେ ପଥର ଖଣ୍ଡ ପଡୁଥିବା ନେଇ ଲିଖିତ ଅଭିଯୋଗ ତହସିଲଦାର ଙ୍କୁ ଦେଇଥିଲେ । ପୂର୍ବରୁ ଏହି ଖାଦାନକୁ ବହୁ ବର୍ଷ ତଳେ ଲିଜ ଦିଆ ଯାଇଥିଲା । ଏବେ କିନ୍ତୁ କାହାରିକୁ ଅନୁମତି ଦେଇ ନଥିବା କାଶୀନଗର ତହସିଲଦାର ଶ୍ରୀ ପ୍ରଭାସ ବେହୁରା ସାମ୍ବାଦିକ ମାନଙ୍କୁ କହିଛନ୍ତି । ଏହି ଅଞ୍ଚଳ ବନ ବିଭାଗ ର ବୋଲି ଜଣାପଡ଼ିବାରୁ ତାଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା, ରେଞ୍ଜର ଶ୍ରୀ ସୁଧୀର କୁମାର ବେହେରା ମୁଁ ଘଟଣା ସମ୍ପର୍କରେ କିଛି ଜାଣି ନାହିଁ ବୋଲି କହିଛନ୍ତି ।

ସେ ଯାହା ହେଉନା କାହିଁକି ରାଜସ୍ୱ ନିରୀକ୍ଷକ ସର୍କଲ ସ୍ତରରେ ରହିଛନ୍ତି, ସେମାନଙ୍କୁ ମଧ୍ୟ କିଭଳି ଆଖିରେ ପଡୁନାହିଁ । ବିନା ଅନୁମତିରେ ପଥର ଫୁଟାଇବା ଦ୍ୱାରା ପରିବେଶ ଦୂଷିତ ହେଉଛି ଏବଂ ରାଜସ୍ୱ ହାନି ହେଉଛି । ଏଭଳି ବେଧଡ଼କ ଭାବେ ବାଲି, ପଥର ଓ ମୋରମ ଚାଲାଣ ହେଉଛି । ଏଣୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।