୧୩୧ଜଣ ଛାତ୍ରଛାତ୍ରୀ ନବୋଦୟ ର ପ୍ରବେଶ ପରୀକ୍ଷା ଦେଲେ

0
267

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର– ତା-(୧୧/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ନବୋଦୟ ପରୀକ୍ଷା କରାଯାଇଛି । ଷଷ୍ଠ ଶ୍ରେଣୀରେ ଅଧୟନ କରୁଥିବା ୧୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଏଥିରେ ମୋଟ ୧୩୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବା ବେଳେ ୧୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବଳକା ୧୭ ଜଣ ଛାତ୍ରଛାତ୍ରୀ କୌଣସି କାରଣ ଯୋଗୁଁ ଅନୁପସ୍ଥିତ ରହିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଚାରୀ ଶବର ସୁପରିଟେଣ୍ଟ ଭାବରେ ରହିଥିବା ବେଳେ ସି ଏଲ ଓ ଭାବେ ସିକର ପାଇ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ରହିଥିଲେ । ଥେରୁବାଲି ନବୋଦୟ ବିଦ୍ୟାଳୟ ର ଶିକ୍ଷକ ଦାମୋଦର ମହାନ୍ତି ଓ ବ୍ଲକ ଶିକ୍ଷା ଅଧିକାରୀ ହରିହର ମହାପାତ୍ର ଉପସ୍ଥିତ ରହିଥିଲେ । ପରୀକ୍ଷା କେନ୍ଦ୍ରକୁ ୧୨ ଜଣ ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ ।