କଲ୍ୟାଣସିଂହପୁର ବ୍ଲକ ସଭା ଗୃହରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
220

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
ରାୟଗଡା,କଲ୍ୟାଣସିଂହପୁର,ତା-(୧୧/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଭା ଗୃହରେ ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।0c8dc039 de66 4172 94d7 83dc77b4e1db କଲ୍ୟାଣସିଂହପୁର ବ୍ଲକ ସଭା ଗୃହରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଏଥିରେ ବିଡ଼ିଓ ସୁଧାକର ରଇତ ଙ୍କ ଅଧକ୍ଷତାରେ କଲ୍ୟାଣସିଂହପୁର ବ୍ଲକ ସଭା ଗୃହରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡ଼।କା, ସହକାରୀ ଯନ୍ତ୍ରୀ (ଏ ଇ)ଏ ସନମୁଖ କୁମାର ପାତ୍ର ମଞ୍ଚାସିନ ରହିଥିଲେ । ସରକାରଙ୍କ କୋବିଡ଼ ନିୟମକୁ କଡାକଡି ଭାବରେ ପାଳନ କରି ହାତରେ ସାନିଟାଇଜ ଲଗାଇ, ମୁଖରେ ତୁଣ୍ଡି ଓ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟେକ ବିଦ୍ୟାଳୟ ରେ ସକାଳ ଟା୭.୫୦ମିନିଟରେ ପତାକା ଉତ୍ତୋଳନ କରିବା , ୮ଟାରେ ବିନିଷ ପୁର ସହିଦ ପୀଠ ରେ ପତାକା ଉତ୍ତୋଳନ କରିବା ପରେ ୮.୩୦ ମିନିଟ ରେ ବ୍ଲକ କାର୍ଯ୍ୟାଳୟ ରେ ବ୍ଲକ ଅଧକ୍ଷ ଶ୍ରୀ ୱାଡ଼।କା ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏଥିରେ କେବଳ କାର୍ଯ୍ୟାଳୟ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛନ୍ତି । ଏଥିରେ ଏ ସି,ଓ ଏସିଅ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ କଳ୍ପତରୁ ବେହେରା ଧନ୍ୟବାଦ ଜଣାଇଛନ୍ତି ।ବିଶ୍ୱନାଥ ଗମାଙ୍ଗ, ଥାନା ଏସ ଇ ରଞ୍ଜନ ନାଗ ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।