ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0
134
ରାୟଗଡ଼ା ଜିଲ୍ଲାର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୧/୦୯) : ତା ୨୦/୦୯/୨୦୨୨ ରିଖ ଦିନ ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ରାୟଗଡ଼ା ଜିଲ୍ଲାର ଦୁର୍ଗମ ଅଞ୍ଚଳ ଚନ୍ଦ୍ରପୁର ବ୍ଲକରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରପୁର ଅଞ୍ଚଳରେ ଦୁଇଟି ରଥ ବିଭିନ୍ନ ଦୁର୍ଗମ ଅଞ୍ଚଳ ପରିକ୍ରମା କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ବାର୍ତ୍ତା ପ୍ରଚାର କରୁଛନ୍ତି । ଗୋଟିଏ ରଥ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ସଂସ୍କୃତି ସଂଯୋଜକ ଶ୍ରୀ ମାଲବିଶୋଇ, ଚନ୍ଦ୍ରପୁର ବ୍ଲକ ସହକାରୀ ଯନ୍ତ୍ରୀ ଆଦିଙ୍କ ପରିଚାଳନାରେ ଡଙ୍ଗସୋରଡ଼ା, ହନୁମନ୍ତପୁର, ରାଇବିଜି ଆଦି ଗସ୍ତ କରି ଅହିଂସା ର ବାର୍ତ୍ତା ପ୍ରଚାର କରୁଛନ୍ତି ।

ଡଙ୍ଗସୋରଡା ଠାରେ ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ନୃତ୍ୟ ଦଳଙ୍କ ତରଫରୁ ଅହିଂସା ରଥକୁ ଏକ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହନୁମନ୍ତପୁର ଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ସ୍ଵେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଅହିଂସା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ପରେ ପରେ ରଥ ରାଇବିଜି ଅଞ୍ଚଳ ଗସ୍ତ କରିଥିଲା । ସେଠାରେ ସିଆରପିଏଫ କମାଣ୍ଡାଣ୍ଟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ସିଆରପିଏଫ ର ସମସ୍ତ ଅଧିକାରୀ, କର୍ମଚାରୀ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସିଆରପିଏଫ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଅନ୍ୟ ଏକ ରଥକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ସଂଯୋଜକ କାହ୍ନୁ ପ୍ରଧାନଙ୍କ ତତ୍ୱାଵଧାନରେ ଚନ୍ଦ୍ରପୁର ବ୍ଲକର ନେହେରୁ ପାଙ୍ଗା, ଚନ୍ଦ୍ରପୁର ସଦର ଆଦି ପରିକ୍ରମା କରାଯାଇଥିଲା । ନେହେରୁପାଙ୍ଗା ଠାରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରମୁଖ ରଥକୁ ସ୍ୱାଗତ ଜଣାଇଥିଲେ । ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ସଭା, ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଚନ୍ଦ୍ରପୁର ସଦର ମହକୁମା ଠାରେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଥାନା ଅଧିକାରୀ, ମେଡିକାଲ ଅଫିସର, ବିଇଓ, ପ୍ରମୁଖ ଉପସ୍ଥିତ ରହି ଏକ ବର୍ଣ୍ଣାଢ୍ୟ ପରିବେଶରେ ରଥକୁ ସ୍ୱାଗତ ଜଣାଇଥିଲେ । ଚନ୍ଦ୍ରପୁର ସଦର ସ୍ଥାନେ ସ୍ଥାନେ ସ୍ୱୟଂ ସହାୟକ ଗୋଷ୍ଠୀ, ନୃତ୍ୟ ଦଳ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଉପସ୍ଥିତ ରହି ସମଗ୍ର ଚନ୍ଦ୍ରପୁର ସଦର ମହକୁମା ପରିକ୍ରମା କରିଥିଲେ । ରଥ ଦୁଇଟି ଚନ୍ଦ୍ରପୁର ପରିକ୍ରମା ସାରି ୨୧/୦୯/୨୦୨୨ ତାରିଖ ଠାରୁ ଗଜପତି ଜିଲ୍ଲା ପରିକ୍ରମା କରିବ ।