ଗୁଡ଼ାରୀ ବ୍ଲକ ଠାରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

0
124
ଗୁଡ଼ାରୀ ବ୍ଲକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୦୯) : ତା ୨୦/୦୯/୨୦୨୨ ରିଖ ଦିନ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗାନ୍ଧୀ ବାର୍ତ୍ତା ପ୍ରଚାର ଅହିଂସା ରଥ ଗୁଡ଼ାରୀ ବ୍ଲକ ପରିକ୍ରମା କରିଥିଲା ।WhatsApp Image 2022 09 20 at 8.00.39 PM 1 ଗୁଡ଼ାରୀ ବ୍ଲକ ଠାରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଗୁଡ଼ାରୀ କଲେଜ ଛକରେ ଅହିଂସା ରଥକୁ ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ସୁଶ୍ରୀ ଭାରତୀ ଦେବୀ, ପରିଷଦ ନିର୍ବାହୀ ଅଧିକାରୀ ଶୋଭା ଭୂଷଣ ଶବର, ପ୍ରକ୍ଷେପକ ଶ୍ରୀ ପୀତବାସ ବିଶ୍ୱାଳ, ଥାନା ଅଧିକାରୀ, କାନୁ ପ୍ରଧାନ, ଗୁଡ଼ାରୀ ବ୍ଲକ ର ସମସ୍ତ ସମିତି ସଭ୍ୟ, ପରିଷଦ ର ସମସ୍ତ କାଉନସିଲର, ଗ୍ରାମବାସୀ ଏକ ବର୍ଣ୍ଣଢ଼ ପରିବେଶରେ ସ୍ୱାଗତ ଜଣାଇଥିଲେ । ସହର ପରିକ୍ରମା କରିବା ସହ ସ୍ଥାନେ ସ୍ଥାନେ ଗାନ୍ଧୀ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।

ଗୁଡ଼ାରୀ ସହର ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ସଂଗଠନ, ନୃତ୍ୟ ଦଳ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ, ସ୍କୁଲ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଗୁଡ଼ାରୀ ସହର ପରିକ୍ରମା ସାରି ରଥ ଶିରିଗୁଡା ପହଞ୍ଚିଥିଲା । ସେଠାରେ ସମସ୍ତ ଅଧିକାରୀଙ୍କ ସହ ଶିରିଗୁଡା ସରପଞ୍ଚ, ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ଶିରିଗୁଡା ଠାରେ ଗ୍ରାମବାସୀମାନେ ରଥକୁ ପାଖରେ ଦେଖିବା ସହ ଅହିଂସା ରଥରେ ପ୍ରଚାର ହେଉଥିବା ଗାନ୍ଧିଜୀଙ୍କ ଅହିଂସା ବାର୍ତ୍ତା ଶୁଣିଥିଲେ । ଶିରିଗୁଡା ଗ୍ରାମରେ ରଥ ପରିକ୍ରମା କରି ଚନ୍ଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା ।