ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ନେଇ ଆମ ଆଦମୀ ପାର୍ଟି ର ଧାରଣା

0
240
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୨୬/୦୯) : ଦୀର୍ଘ ବର୍ଷ ଧରି ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଆମ ଆଦମୀ ପାର୍ଟି ର ଅନିର୍ଦ୍ଦିଷ୍ଟ କାଳପାଇଁ ଗଣ ଧାରଣା ଜାରୀ ସତ୍ତ୍ୱେ ଖୋଦ୍ ମୁଖ୍ୟ ଚିକତ୍ସାଧିକାରୀ ପ୍ରଦୀପ ନାୟକ ଦିନ ତମାମ ଡାକ୍ତରଖାନା ପରିସରରେ ଗରିବ ରୋଗୀ ଙ୍କ ଘରୋଇ ଚିକିତ୍ସା ରେ ବ୍ୟସ୍ତ ରହିଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ନେଇ ଆମ ଆଦମୀ ପାର୍ଟି ର ଧାରଣା । ଆଦିବାସୀ, ଅଧ୍ୟୁଷିତ ଏହି ଅଞ୍ଚଳ ର ନିରୀହ ଗରିବ ରୋଗୀ ସ୍ଥାନୀୟ ଡାକ୍ତରଖାନା କୁ ଆସି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ବାଧ୍ୟ ହୋଇ ରୋଗୀ ଡାକ୍ତର ଙ୍କ ଘରୋଇ ସରକାରୀ ବାସ ଭବନ କୁ ଯାଇ ଦୁଇ ଶହ ରୁ ତିନି ଶହ ଟଙ୍କା ଦେଇ ଦେଖାଇ ହେଉଛନ୍ତି । ଧାର, କରଜ କରି ଘରୋଇ ଔଷଧ ଦୋକାନ ରୁ ଔଷଧ କିଣିବା, ବିଭିନ୍ନ ପ୍ରକାର ପରୀକ୍ଷା ସବୁ ଘରୋଇ ପରୀକ୍ଷା କେନ୍ଦ୍ର ରେ ଅର୍ଥ ଖର୍ଚ୍ଚ କରି ଶୋଷଣ ର ଶିକାର ହେଉଛନ୍ତି ।

ଏ ନେଇ ଡାକ୍ତର ଖାନା ପରିସର ରେ ସରକାରୀ ନିୟମ ର ଖୋଲାଖୋଲି ଉଲଂଘନ କରି ନିଜେ ଡାକ୍ତରଖାନା ମୁଖ୍ୟ ଚିକତ୍ସାଧିକାରୀ ସର୍ବଦା ନିଜ ସରକାରୀ ଘରୋଇ ବାସଭବନ ରେ ବ୍ୟସ୍ତ ଅଛନ୍ତି । ଜଣେ ଦାୟିତ୍ୱବାନ ପଦବୀ ରେ ରହିଥିବା ସତ୍ତ୍ୱେ ଓ ବିରୋଧ ସତ୍ତ୍ଵେ କାହାରିକୁ ଖାତିର ନ କରି ନିଜ ସରକାରୀ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହିବା ନେଇ ଦଳ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ସହ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଉଥିବାର ପ୍ରକୃତ ରହସ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଏପରି କି ଡାକ୍ତର ବିଭାଗୀୟ ଅଧିକାରୀ ଓ ଶାସକ ଦଳର ଜନ ପ୍ରତିନିଧି ଙ୍କୁ ମାସିକ କୋଟା ଦେଇ ଏପରି ମନମୁଖୀ କାର୍ଯ୍ୟ ଚଳାଇ ଆସିଥିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଦଳ ତରଫରୁ କ୍ଷୋଭ ପ୍ରକାଶ ପାଇଛି ।