ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ନର୍ସ ଙ୍କ ଅବହେଳା

0
281
ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୨୮/୦୮) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବିଗତ ଦିନରେ ବର୍ତ୍ତମାନ ର ଶିଶୁ ବିଭାଗ ଦାୟିତ୍ଵରେ ଥିବା ଜଣେ ନର୍ସ ଙ୍କ ଅବହେଳା ଯୋଗୁଁ ଶିଶୁ ର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ନେ଼ଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ପ୍ରକୃତରେ କିଏ ଇଞ୍ଜେକ୍ସନ ଦେଇ ଥିଲା ତା’ର ସବିଶେଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସାଧାରଣ ରାସ୍ତା ରୋକ୍ ସହ ତୀବ୍ର ଆନ୍ଦୋଳନ କରିଥିଲେ । ହେଲେ ଅର୍ଥ ବଳରେ ଓ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଛତ୍ରଛାୟା ତଳେ ରହି ମାମଲା ଚପେଇ ଦେଇଥିଲେ । ଏପରିକି ବିଶେଷ ଦ୍ରଷ୍ଟବ୍ୟ ଯେ, ସେ କିଛି ଦିନ ପରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ର ବହିର୍ବିଭାଗରେ ଇଞ୍ଜେକ୍ସନ ଦେବା କୁ ଉଚ୍ଚ କର୍ତ୍ତୃପକ୍ଷ ନିଯୁକ୍ତି କରିବା ସହ ଡାକ୍ତରଖାନା ର ଅନ୍ତ ର୍ବିଭାଗ କୁ ଯିବାକୁ ବାରଣ କରିଥିଲେ ।

ଉକ୍ତ ନର୍ସ ଙ୍କ ତ୍ରୁଟିପୂର୍ଣ୍ଣ ଇଞ୍ଜେକ୍ସନ ଦେବା ନେଇ ପୋଲିସ ଏକ ମାମଲା ଦାୟର କରିଥିଲେ । ହେଲେ ପରିତାପ ର ବିଷୟ ଯେ ଉକ୍ତ ନର୍ସ ପୁନଃ ବର୍ତ୍ତମାନ ଶିଶୁ ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଉକ୍ତ ମାମଲା ର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ନ ଥିବା ବେଳେ ଏହି ନିଯୁକ୍ତି କୁ ସ୍ଵେଚ୍ଛାସବୀ ସଂଘ ଜିଲ୍ଲା ଜାଗରଣ କମିଟି ତିବ୍ର ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ମୂଖ୍ୟ ଶାସନ ସଚିବ ତଥା ବରିଷ୍ଟ ପଦାଧିରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଥିବା ସଭାପତି ଲମ୍ବୁଧର ଛତ୍ରିଆ ପ୍ରକାଶ କରିଛନ୍ତି ।

ଆବଶ୍ୟକ ସ୍ଥଳେ ତିବ୍ର ଗଣ ଆନ୍ଦୋଳନ କରାଯିବା ଚେତାବନୀ ଦେଇଛନ୍ତି । ବି.ଦ୍ର. ଗତ ତା ୧୬/୦୮/୨୦୨୨ ରିଖରେ ସ୍ଥାନୀୟ ହାଟପଦା ପଡ଼ା ର ମନୋହର ସିଂ ତାଙ୍କ ସ୍ତ୍ରୀ କୁ ଜ୍ଜ୍ୱର ହେବାରୁ ଭର୍ତ୍ତି କରି ରଖିଥିଲେ । ଠିକ୍ ସେହିପରି ବେଡ ନମ୍ବର ତ୍ରୁଟି ଥିବାରୁ ଅନ୍ୟ ରୋଗୀ ଙ୍କୁ ଇଞ୍ଜେକ୍ସନ ଦେଇଥିଲେ, ହେଲେ ଶ୍ରୀ ସିଂହ ଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ରହି ଚିକିତ୍ସା ଅଭାବରୁ ସେ ମୃତ୍ୟୁବରଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ଏ ନେଇ ଶ୍ରୀ ସିଂହ ନ୍ୟାୟାଳୟ ର ଆଶ୍ରୟ ନେଇଥିବା ଜଣାଇଛନ୍ତି । ଏହିପରି ପ୍ରାୟ ଗତ ତିନି ମାସ ମଧ୍ୟରେ ଦୁଇ ଜଣ ଭର୍ତ୍ତି ଥିବା ରୋଗୀ ଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତରଖାନା ର ଜଣେ ବରିଷ୍ଟ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି ।