ମେଡିକାଲ ଯାଉଥିବା ରାସ୍ତା ଶୋଚନୀୟ

0
165
ମେଡିକାଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ( ୨୬/୦୯) : ପ୍ରାପ୍ତ ସୂଚନା ମୁତାବକ ୫୦ ବର୍ଷ ରୁ ଅଧିକ ସମୟ ରହିଥିବା ପୁରୁଣା ମେଡିକାଲ କୋଠା କୁ ଏବେ ନୂଆଁ ରୂପ ଦେବା ପାଇଁ ସମତଳ କରାଯାଇଛି

ଏହା ସମତଳ କରିବା ପାଇଁ ଜେସିବି ବ୍ୟବହାର କରାଯାଇଛି । ଯାହାଫଳରେ ଭୁତଳ ଦେଇ ଯାଇଥିବା ପାଇପ ଲାଇନ କୁ ଉପାଡି ଦେବା ଦ୍ୱାରା ବ୍ଲକ କଲୋନୀ ବାସୀ ଦୀର୍ଘ ଦିନ ହେବ ପାଇପ ପାଣି ସେମାନେ ପାଉ ନଥିବାରୁ ସେମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏହି ଫଟା ପାଇପ ଦ୍ୱାରା ଦିନ ରାତି ପାଣି ବହୁଥିବାରୁ ରୋଡ଼ ରେ ପଙ୍କ ମାଟି ଓ ପାଣି ବୋହି କାଦୁଅ ହେଉଛି । ଯାହାଫଳରେ ମେଡିକାଲ ଓ ବ୍ଲକ କୁ ଯିବା ରାସ୍ତା ଶୋଚନୀୟ ହୋଇପଡିଛି । ଏଣୁ ତୁରନ୍ତ ଏହାକୁ ରାସ୍ତା ଉପଯୋଗୀ କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।