ମାଁ ଘଣ୍ଟାଶୁଣି ଙ୍କ ଦଶହରା ପୂଜା ଅନୁଷ୍ଠିତ

0
167
ମାଁ ଘଣ୍ଟାଶୁଣି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଛତିଶଗଡ଼, (୦୨/୧୦) : ବଲାଙ୍ଗୀର ଜିଲ୍ଲା ର ଛତିଶଗଡ଼ ର ଆରାଧ୍ୟା ଦେବୀ ମାଁ ଘଣ୍ଟାଶୁଣି ଙ୍କ ମନ୍ଦିରରେ ଏକ ଘଣ୍ଟି ବା ଘଣ୍ଟ ବାନ୍ଧି ଦେଇ ଯାହା ମାନସିକ କରାଯାଏ ତାହା ପୂରଣ ହେଉଥିବା ବିଶ୍ୱାସ ରହିଛି । ଚଳିତ ବର୍ଷ ପ୍ରତିବର୍ଷ ପରି ଯଥାରୀତି ପୂଜା କରାଯାଉଛି ।

ପରମ୍ପରା ଓ ରୀତି ଅନୁସାରେ ମନ୍ଦିର ମୁଖ୍ୟ ପୂଜକ ବା ପୂର୍ବରୁ କୁହାଯାଉଥିବା ଗାଁ ଗନ୍ତିଆ ଙ୍କ ଘରୁ ଏକ ଦେବୀ ଙ୍କ ମଶାଲ ଶୋଭାଯାତ୍ରାରେ ବାହାରି ମନ୍ଦିର କୁ ଆସିଥାଏ ଏବଂ ନବମୀ ତିଥିରେ ମାଁ ଘଣ୍ଟାଶୁଣି ଙ୍କ ମନ୍ଦିରରେ ପୂଜା ସହ ବିପୁଳ ଜନ ସମାଗମ ହୋଇଥାଏ । ଏପରି କି ଦୂର ଦୁରାନ୍ତ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରୁ ଭକ୍ତ ଙ୍କ ସମାଗମ ଘଟିଥାଏ । ଉକ୍ତ ନବମୀ ତିଥିରେ ପୂର୍ବ ପରମ୍ପରା ଅନୁଯାୟୀ ଶହ ଶହ ସଂଖ୍ୟକ ଛେଳି, ବୋଦା, କୁକୁଡ଼ା, ପାରା ଆଦି ବଳି ଦିଆଯାଇ ଥାଏ ।

ଏହି ପ୍ରଥା ଅନୁଯାୟୀ ମନ୍ଦିରରେ ଦେବୀ ଆସୁଥିବା ବା ବରୁଆ ବେଶରେ ବିଭିନ୍ନ ପ୍ରକାର ବାଦ୍ୟ ସହ ଭକ୍ତଙ୍କ ସହିତ ଶୋଭାଯାତ୍ରାରେ ଟିଟିଲାଗଡ଼ ଥାନାରେ ପହଞ୍ଚିଥାନ୍ତି ଓ ସେଠି ଉକ୍ତ ବରୁଆ ଯାହାଙ୍କ ଶରୀରରେ ଦେବୀ ମାଁ ଆସିଥାନ୍ତି ତାଙ୍କୁ ପୂଜା କରାଯାଇଥାଏ ଏବଂ ସେଠୀ ଦୁଇ ରୁ ତିନି ଗୋଟି ଛେଳି ସର୍ବସମ୍ମୁଖରେ ବଳି ଦିଆଯାଇଥାଏ ।

ହେଲେ ଏ ନେଇ ଜୀବେଦୟା ନାମକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ମନ୍ଦିର ଓ ପୋଲିସ୍ ଥାନାରେ ବଳି ବନ୍ଦ ପାଇଁ ବ୍ୟାପକ ସଚତନତା ସୃଷ୍ଟି ସହ ପ୍ରଚାର ପ୍ରସାର କରିଆସୁଛନ୍ତି । ଚଳିତ ବର୍ଷ ଡିଜିଟାଲ ମିଡିଆ ଜରିଆରେ ଓ ଆଖପାଖ ଗ୍ରାମାଞ୍ଚଳ ଗୁଡିକରେ ଏହି ବଳି ବନ୍ଦ ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ।

ଶାନ୍ତି ପୂର୍ଣ୍ଣ ଉପାୟ ମାଧ୍ୟମରେ ଉକ୍ତ ଜୀବେଦୟା ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ, ଉପଦେଷ୍ଟା ବିଶିଷ୍ଟ ଆଇନଜୀବୀ ଗଜାନନ ମିଶ୍ର, ସଞ୍ଜୀବ ତ୍ରିପାଠୀ, ବିପିନ ତ୍ରିପାଠୀ, ସନ୍ତୋଷ ନାୟକ ତଥା ଅନ୍ୟ ସଦସ୍ୟ ଆମ ମାଧ୍ୟମରେ ଏ ପ୍ରଥା ବନ୍ଦ କରି ଫୁଲ, ଧୂପ, ଦୀପ ଆଦି ଦ୍ଵାରା ପୂଜା କରିବା କୁ ଜଣାଇଛନ୍ତି । ବିଗତ କୋଭିଡ ଯୋଗୁଁ ଏହି ପୂଜାରେ ବିପୁଳ ଜନ ସମାଗମ ହୋଇ ପାରୁ ନ ଥିବା ବେଳେ ଚଳିତ ବର୍ଷ ଏହି ପୂଜାରେ ବିପୁଳ ଜନ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି ।