ଭାରତୀୟ ବାୟୁ ସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ‘ପ୍ରଚଣ୍ଡ’

0
230
ଭାରତୀୟ ବାୟୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଜୟପୁର, (୦୩/୧୦) : ଭାରତୀୟ ବାୟୁ ସେନାରେ ଶକ୍ତି ବୃଦ୍ଧି ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍) କୁ ଆଜି ଭାରତୀୟ ବାୟୁ ସେନାରେ ସାମିଲ କରାଯାଇଛି ।

ଏହି ଲଢ଼ୁଆ ବିମାନ ର ନାଁ ରହିଛି “ପ୍ରଚଣ୍ଡ” । ଏହାକୁ ସେନା ପକ୍ଷରୁ ରାଜସ୍ଥାନ ର ଲଙ୍ଗେୱାଲା ଠାରେ ମୁତୟନ କରାଯିବ । ରାଜସ୍ଥାନ ଜୋଧପୁରରେ ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରରେ ପ୍ରତିମନ୍ତ୍ରୀ ରାଜନାଥ ସିଂହ ଏହାର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ଭାରତୀୟ ବାୟୁ ସେନା ମୁଖ୍ୟ ମାର୍ଶାଲ ଭିଆର ଚୌଧୁରୀ ଉପସ୍ଥିତ ଥିଲେ । ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି । ରାଜନାଥ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଆକ୍ରଣାତ୍ମକ ହେଲି କପ୍ଟର ର ଆବଶ୍ୟକତା ଥିଲା । ବିଶେଷ କରି ୧୯୯୯ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଏହାର ଯଥେଷ୍ଟ ଆବଶ୍ୟକ ଥିବା ଅନୁଭବ ହୋଇଥିଲା । ଯେଉଁ ଆବଶ୍ୟକ ଏବେ ପୂରଣ ହୋଇପାରିଛି ।

ଏହି ଲଢ଼ୁଆ ବିମାନକୁ ନିର୍ମାଣ ପାଇଁ ଦୁଇ ଦଶନ୍ଧି ଲାଗିଥିଲା । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ତଥା ବାୟୁ ସେନା ପାଇଁ ଏହା ଏକ ମାଇଲଷ୍ଟୋନ୍‌ ବୋଲି ରାଜନାଥ କହିଛନ୍ତି । ଶତ୍ରୁକୁ ମାତ ଦେବାକୁ ଏହି ଲଢ଼ୁଆ ବିମାନ ବେଶ ପରାକ୍ରମୀ । ଏହା ବିଭିନ୍ନ ପ୍ରକାର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ତୁରନ୍ତ ଏହି ବିମାନ ଡେଲିଭରି କରିପାରିବ । ଭାରତୀୟ ବାୟୁ ସେନା ପାଇଁ ଆଜି ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ରାଜସ୍ଥାନ ର ଲଙ୍ଗେୱାଲା ଠାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାକୁ ମୁହଁତୋଡ ଜବାବ ଦେଇଥିଲା ।

ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛି । ପାହାଡ଼ିଆ ଅଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ୫.୮ ଟନ୍‌ ଓଜନ ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷା ସଫଳ ହୋଇସାରିଛି । ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ସ୍ୱଦେଶୀ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ (ଏଲଏସପି) ଏଲସିଏଚ୍ ବିକାଶ ପ୍ରକ୍ରିୟାକୁ ମଞ୍ଜୁର କରିଥିଲେ । ୩,୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ୍ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବାବେଳେ ୧୦ଟି ବାୟୁସେନାକୁ ଓ ୫ଟି ସ୍ଥଳସେନାକୁ ମିଳିବା ଲାଗି ନିଷ୍ପତ୍ତି ହୋଇଥିଲା ।