ଟଙ୍କା ନ ଦେବାରୁ ମା’କୁ ହତ୍ୟା କଲା ପୁଅ !

0
129
ଟଙ୍କା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଞ୍ଜନଗର, (୦୮/୧୦) : ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା । ପଣତ କାନିରେ ନିଜ ଲୁହ ପୋଛି ଦେଉଥିଲା । ସେହି ମା’କୁ ସାମାନ୍ୟ କିଛିଟା ଟଙ୍କା ପାଇଁ ହତ୍ୟା କଲା ନୃଶଂସ ପୁଅ ।

ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ । ତାଙ୍କୁ ୫୦ ବର୍ଷ ହୋଇଥିଲା । ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ । ଗତକାଲି ରାତିରେ ପୁଅ ଘରକୁ ଫେରି ମା’ କୁ ଟଙ୍କା ମାଗିଥିଲା । ମା’ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଜି ସକାଳେ ତ୍ରିବେଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ପଡୋଶୀ ଦେଖିଥିଲେ । ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ତ୍ରିବେଣୀଙ୍କ ପୁଅ ସନା ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।