ଦେଶ ର ପ୍ରଥମ ସୋଲାର ଗାଁ ଘୋଷଣା କରିବେ ମୋଦି

0
170
ଦେଶ ର ପ୍ରଥମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଅହମ୍ମଦାବାଦ, (୦୯/୧୦) : ସୂର୍ଯ୍ୟ ମନ୍ଦିର ପାଇଁ ପରିଚିତ ଗୁଜରାଟ ର ମେହସାଣା ଜିଲ୍ଲା ର ମୋଢେରା ଏବେ ଦେଶ ର ପ୍ରଥମ ସୋଲାର ଗାଁ ହେବାକୁ ଯାଉଛି । ଦିନ ର ୨୪ ଘଣ୍ଟା ଏବଂ ସପ୍ତାହ ର ୭ ଦିନ ସୌର ଉର୍ଜାରେ ପାରିଚାଳିତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ଆଜି ମୋଢେରାକୁ ଦେଶ ର ପ୍ରଥମ ସୌର ଉର୍ଜାରେ ପରିଚାଳିତ ଗାଁ ଭାବେ ଘୋଷଣା କରିବେ । ଗୁଜୁରାଟ ର ମୋଢରା ଗାଁ ସୂର୍ଯ୍ୟ ମନ୍ଦିର ପାଇଁ ଜଣାଶୁଣା । ମୋଢରା ଗାଁ ର ଘରେ ଘରେ ଲାଗିଛି ସୋଲାର ପ୍ୟାନେଲ । ଗାଁରେ ଏକ କିଲୋୱାଟ୍‌ କ୍ଷମତା ଥିବା ୧୩୦୦ ରୁ ଅଧିକ ସୋଲାର ପ୍ୟାନେଲ ଲାଗିଛି । ଏହାଦ୍ୱାରା ଗାଁରେ ୨୪ ଘଣ୍ଟା ବିଦ୍ୟୁତ ଶକ୍ତି ଉତ୍ପାଦନ ହେବ । ସବୁଠାରୁ ବଡ କଥା ହେଉଛି ଗ୍ରାମବାସୀଙ୍କୁ ଏପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି । ଏଥିପାଇଁ ୮୦.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଭାରତ ସରକାର ଏବଂ ଗୁଜରାଟ ସରକାର ମେହସାଣା ର ସୁଜାନପୁରାରେ ବ୍ୟାଟେରୀ ଏନେର୍ଜୀ ଷ୍ଟୋରେଜ୍ ସିଷ୍ଟମ ସହ ଏକକୃତ ସୌର ଉର୍ଜା ପରିଯୋଜନା କରିଛନ୍ତି । ଏହା ସୂର୍ଯ୍ୟ ମନ୍ଦିର ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛ । ଗୁଜରାଟ ସରକାର ଏହି ଯୋଜନା ପାଇଁ ୧୨ ହେକ୍ଟର ଜମି ଆବଣ୍ଟିତ କରିଛନ୍ତି । ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା ମାଧ୍ୟମରେ ୫୦ ପ୍ରତିଶତ ଉର୍ଜା ଆବଶ୍ୟକତା ପୂରଣ କରିବାରୁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗୁଜରାଟରେ ଆଗକୁ ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟକୁ ଘନଘନ ଗସ୍ତ କରିବା ଓ ବିଭିନ୍ନ ପ୍ରକଳ୍ପ ର ଉନ୍ମୋଚନ ଓ ଶିଳାନ୍ୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ମୋଦିଙ୍କ ତିନିଦିନିଆ ଗୁଜରାଟ ଗସ୍ତ ସହ ୧୪,୫୦୦ କୋଟି ଟଙ୍କା ର ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି ।