କରଡି ଶିବ ମନ୍ଦିରରେ କ୍ଷୀର ଜଳସେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
109
କରଡି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କରଡି ଗ୍ରାମ ର ଚମ୍ପେଶ୍ୱର ମହାଦେବ ପିଠରେ ଆସନ୍ତା ୨୦ ତାରିଖରେ କ୍ଷୀର ଜଳସେଇ ପାଇଁ ଆଜି ବୈଠକ ବସିଥିଲା ।WhatsApp Image 2022 10 10 at 7.24.05 PM କରଡି ଶିବ ମନ୍ଦିରରେ କ୍ଷୀର ଜଳସେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏହି ବୈଠକରେ ସାମ୍ପୋଚ, ବୀରନରସିଂହପୁର, ମଥୁରା ଓ ରାଧାନଗର ଗ୍ରାମପଞ୍ଚାୟତ ର ୨୦୦ ରୁ ଉର୍ଦ୍ଧ୍ୱ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ପାଇ କରଡି ଶିବ ମନ୍ଦିର ପରିଚାଳନା କମିଟି ଆସିଥିବା ବିଭିନ୍ନ ଗ୍ରାମ ର ଲୋକଙ୍କୁ ନେଇ ପ୍ରସାଦ ବଣ୍ଟନ, ଶୃଙ୍ଖଳା ରକ୍ଷା, କ୍ଷୀର ସଂଗ୍ରହ କରିବା ପାଇଁ କମିଟି ଗଠନ କରାଯାଇଥିଲା । ପରିଚାଳନା କମିଟି ର ହରିଅର୍ଜୁନ ସାହୁ, ନରେନ୍ଦ୍ର କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ମହାକୁଳ, ପୂର୍ଣ୍ଣଚନ୍ଦ୍ର ଗାଈଗୈାରିଆ, ବିଶ୍ୱଜିତ ମିଶ୍ର, ବାବାଜୀ ପାତ୍ର, କିଶୋର ସାହୁ ଓ ରାଜୁ ଅଗ୍ରଓ୍ବାଲା ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।