ହରଭଙ୍ଗା ବ୍ଲକ ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

0
135
ହରଭଙ୍ଗା ବ୍ଲକ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବ୍ଲକ ର ହରଭଙ୍ଗା, ବାଲିସାହି, ଚାରିଛକ, କରଂଜକଟା, ଡିଆଁଘାଟ, ଆଡ଼େନିଗଡ଼, ତଳ ଗାଁ, ତିଲେଶ୍ୱର, ରାମଗଡ ପଞ୍ଚାୟତ ର ୮ ଟି ସ୍ଥାନରେ, ସରସରା, ବିରାମ ଚନ୍ଦ୍ର ପୁର, ନୂଆପଡା, ଆଦି ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

ଏହି ପୂଜା ଅବସରରେ ରାମଗଡ କ୍ଷେତ୍ତି ସାହିରେ ତିଆରି ହୋଇଥିବା ମାଁ ଗଜଲକ୍ଷ୍ମୀ ଙ୍କ ସହିତ ଶ୍ରୀ ନାରାୟଣ ଙ୍କ ଯୁଗଳ ମୂର୍ତ୍ତି ଖୁବ ମନଲୋଭା ହୋଇଛି । ହରଭଙ୍ଗା ବ୍ଲକ ଅଞ୍ଚଳରେ ଏହି ପୂଜା ଅବସରରେ ସନ୍ଧ୍ୟାରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ କେତେକ ମଣ୍ଡପ ନିକଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ପୂଜା ଅନୁଷ୍ଠିତ ହୋଇପାରିନଥିଲା । ଚଳିତ ବର୍ଷ ଏହି ପୂଜା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।