ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

0
184
ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୧/୧୦) : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ ବହୁ ଆଡମ୍ବରରେ ପାଳନ ହେଉଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା ଠାରେ ପାଳନ କରାଯାଇଛି ।WhatsApp Image 2022 10 11 at 6.34.37 PM ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବାରିହା, ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୂଖ ଯୋଗାଦନ କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସେହିପରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପ୍ରତ୍ୟେକ ଗ୍ରାମରେ ଏହି ଦିବସ ପାଳନ କରାଯାଇଥିଲା । ଜିଲ୍ଲା ର ସମସ୍ତ ୧୯୪୭ ଟି ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନେ ଯୋଗ ଦେଇ ଏହି ଦିବସଟିକୁ ପାଳନ କରିଥିଲେ । କିଶୋରୀ ବାଳିକାମାନେ ନିଜ ନିଜ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ମିଟିଂ, ରାଲି, ଚିତ୍ର, ଗୀତ, ନାଚ ମାଧ୍ୟମରେ ଏହି ଦିନଟିକୁ ହସଖୁସିରେ ପାଳନ କରିଥିଲେ ।

ଆଜିର ଆଲୋଚନା ସଭାରେ ବିଭିନ୍ନ କିଶୋରୀ ମାନେ ଯୋଗ ଦେଇ ଭବିଷ୍ୟତରେ କିଏ ଶିକ୍ଷୟତ୍ରୀ ହେବାର ସ୍ୱପ୍ନ ରହିଛି ବୋଲି କହିଥିଲା ବେଳେ କିଏ ଡାକ୍ତର ହୋଇ ନିଜ ଅଞ୍ଚଳ ର ଲୋକ ମାନଙ୍କର ସେବା କରିବେ ବୋଲି କହିଥିଲେ ତ କିଏ ଜଣେ ପୋଲିସ ହୋଇ ଝିଅ ମାନଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ । କିଏ କିଏ ମଧ୍ୟ ବଡ ହେଲେ ନିଜ ପରିବାରକୁ ସହଯୋଗ କରିବେ ବୋଲି କହିଥିଲେ ଏବଂ ନିଜ ଅଞ୍ଚଳ ର ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଯାଇ ପାଠ ପଢିବେ ସେଥିପାଇ ଉଭୟ ପରିବାର, ଶିକ୍ଷକ ଓ ଗ୍ରାମବାସୀ ଦାୟିତ୍ୱ ନେବା ଆବଶ୍ୟକ ବୋଲି କିଶୋରୀ ମାନେ କହିଥିଲେ ।

ଏହି ଅବସରରେ କିଶୋରୀ ମାନଙ୍କର ଶିକ୍ଷା ପାଇଁ ଥିବା ସୁବିଧା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ପୁଅ ମାନଙ୍କର ତୁଳନାରେ ଝିଅ ସଂଖ୍ୟା କମିଯାଉଥିବାର ଘଟଣା ଗୁଡିକ ପ୍ରତି ସମ୍ବେଦନଶୀଳ ହୋଇ ଝିଅ ମାନଙ୍କର ସମାଜ ପ୍ରତି ଯେଉଁ ସବୁ ଅବଦାନ ରହିଛି ସେଗୁଡିକ ବିଷୟରେ କିଶୋରୀ ମାନେ ଆଲୋଚନାରେ ମତ ଦେଇଥିଲେ । କମ୍ ବୟସରେ ବାହାଘର ହୋଇଗଲେ ଗୋଟିଏ କିଶୋରୀ ତାର ସ୍ୱପ୍ନ ପୂରଣ କରି ପାରେ ନାହିଁ ବରଂ ପରିବାର ର ବୋଝ ବୋହି ସେ ଆହୁରି ଦୁର୍ବଳ ହୋଇପଡେ । ଆଜି ଆମ ପାଖରେ ରାଷ୍ଟ୍ରପତି, ବୈଜ୍ଞାନିକ, ଡାକ୍ତର, ବିଚାରପତି, ଜିଲ୍ଲାପାଳ, ବିଡିଓ, ଅଙ୍ଗନବାଡି କର୍ମୀ ଭଳି ଅନେକ ଉଦାହରଣ ରହିଛି । ତେଣୁ ସମାଜ ର ପ୍ରତ୍ୟେକ ସ୍ତରରେ ଏହି ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା ।WhatsApp Image 2022 10 11 at 6.34.36 PM ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

ଏହି କାର୍ଯ୍ୟକ୍ରମ ଗୁଡିକୁ ଗ୍ରାମ ସ୍ତରରେ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀମାନେ ଆୟୋଜନ କରିଥିଲା ବେଳେ ବ୍ଲକ ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନେ ପରିଚାଳନା କରିଥିଲେ । ଜିଲ୍ଲା ସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ୱିତ ଶିଶୁ ବିକାଶ ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଓ ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ପ୍ରମୁଖ ତଦାରଖ କରିଥିଲେ ।