ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ମନ୍ତ୍ରୀ ଙ୍କ ଦ୍ୱାରା ଲୋଗୋ ଉନ୍ମଚନ

0
134
ଦ୍ୱିତୀୟ ମାଁ ଭୈରବୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୧/୧୦) : ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ପାଇଁ ଲୋଗୋ ମାଁ ଭୈରବୀଙ୍କ ପିଠରେ ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ପାନୀୟଜଳ ଏବଂ ଜଙ୍ଗଲ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି ।

୨୦୧୯ ମସିହାରେ ଆରମ୍ଭ ହୋଇଥିବା ମାଁ ଭୈରବୀଙ୍କ ମହୋତ୍ସବ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ବନ୍ଦ ରହିଥିଲା । କିନ୍ତୁ ଚଳିତ ବର୍ଷ ପୁନର୍ବାର ଏହି ମହୋତ୍ସବ ଅନୁଷ୍ଠିତ ହେବା ନେଇ ବେଶ୍ ଖୁସି ଅଛନ୍ତି ଅଞ୍ଚଳବାସୀ । କମିଟି ର ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ନଭେମ୍ବର ୨୨ ରୁ ଆରମ୍ଭ ହୋଇ ୨୬ ଉଦଯାପିତ ହେବ ମହୋତ୍ସବ । ପାଞ୍ଚ ଦିନ ଧରି ମହୋତ୍ସବର ବେଶ୍ ମଜା ନେବେ ଦର୍ଶକ । ବୈଠକରେ ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ, ମହୋତ୍ସବ କମିଟି ର ସଭାପତି ଅଶୋକ କୁମାର ଅଗ୍ରୱାଲା, ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହ୍ନର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ଙ୍କ ସମେତ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଏବଂ ସତାଧିକା ଭକ୍ତ ଉପସ୍ଥିତ ଥିଲେ।