ମାଁ ସୁରେଶ୍ୱରୀ ଘେନ ଜୁହାର କୋଶଲୀ ଭଜନ ସଂଗୀତ କୁ ଲୋକାର୍ପିତ କଲେ ଜଷ୍ଟିସ ଦାଶ

0
135
ମାଁ ସୁରେଶ୍ୱରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୯) : ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀ ଙ୍କ ମନ୍ଦିର କ୍ୟାମ୍ପସ ଠାରେ ମାଁ ସୁରେଶ୍ୱରୀ ଘେନ ଜୁହାର କୋଶଲି ଭଜନ ସଂଗୀତ ର ଲୋକାର୍ପଣ ଉତ୍ସବ ଆଜି ପାଳନ ହୋଇ ଯାଇଛି l

ପ୍ରଥମେ ପୂଜକ କାଳୀ ପ୍ରସାଦ ମିଶ୍ର ଙ୍କ ଦ୍ୱାରା ମାଁ ସୁରେଶ୍ୱରୀ ଙ୍କ ମଙ୍ଗଳ ଆଳତୀ କରାଯାଇ ଆଜ୍ଞାମାଳ ପହଞ୍ଚିଥିଲା l ଏହି ଉତ୍ସବ ର ମୁଖ୍ୟ ଅତିଥି ତଥା ମାଁଙ୍କ ପରମ ଭକ୍ତ ତଥା କଲିକତା ହାଇକୋର୍ଟର ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏହି ଭଜନ ସଂଗୀତ କୁ ଲୋକାର୍ପଣ କରି ଆମ ସଂସ୍କୃତି ଆମ ସଂସ୍କାର ଏଇ ଆମ ସୋନପୁର ର ପରିଚୟ ବୋଲି ମତ ରଖି ଏହି ମାଟି ଓ ମନ୍ଦିର ମାଳିନୀ ସହର ର ସୌନ୍ଦର୍ଯ୍ୟ ଓ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବାକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ l ଉଦ୍ୟୋକ୍ତl, ଲେଖକ ସୁଦାମ ନାଏକ, ପଠାନ କଲ୍ୟାଣୀ ପଣ୍ଡା ଓ ଟି ସୌରୀ ଟିମ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମାର ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l

ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କୃଷକ ନେତା ବୈକୁଣ୍ଠ ଶତପଥୀ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁ, ଯୋଗ ଦେଇ ଯନ୍ତ୍ର ମନ୍ତ୍ର ତନ୍ତ୍ର ପୀଠ ସୁବର୍ଣ୍ଣପୁର ର ଐତିହ ସଂସ୍କୃତି ପରମ୍ପରା ଓ ମା ଅଷ୍ଟ ଚଣ୍ଡୀ ଙ୍କ ଉପରେ ଆଧାରିତ ମାଁ ସୁରେଶ୍ୱରୀ ଙ୍କ ଏହି ଆକର୍ଷଣୀୟ କୋଶଲି ଭଜନ ଟି ମାଁଙ୍କ ଅଗଣିତ ଭକ୍ତ ଶ୍ରଦ୍ଧାଳୁ ଙ୍କ ମନ କୁ ହୃଦୟ କୁ ଛୁଇଁ ପାରିବ ବୋଲି ମତ ରଖିଥିଲେ l ସଭାରେ ସହର ର ସମସ୍ତ ମିଡ଼ିଆ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଆସନ୍ତା ଦୀପାବଳୀ ବେଳେ ମାଁର ଗୁନ ଗାଥା ଫିଲିମ ସୁଟିଙ୍ଗ ଆରମ୍ଭ ହେବ ବୋଲି ସୂଚନା ମିଳିଛି l