ବୃକ୍ଷ କୁ ଭଗବାନଙ୍କ ରୂପ ଦେଲେ ଚିତ୍ରଶିଳ୍ପୀ

0
107
ବୃକ୍ଷ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୦) : ବୃକ୍ଷ କୁ ଭଗବାନଙ୍କ ରୂପ ଦେଲେ ଚିତ୍ରଶିଳ୍ପୀ । ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ରାମପୁର ମାରୁତି ମଠ ଠାରେ ବହୁ ଦିନ ପୂର୍ବର ଏକ ମହୁଲ ବୃକ୍ଷ ଅଛି ।

ଏହି ବୃକ୍ଷ ଉପରେ ବର, ପିପ୍ପଳ, ମହୁଲ, ଲିମ୍ବ ଆଦି ବୃକ୍ଷ ସଙ୍ଗମ ହୋଇଥିବା ବେଳେ ସେଇ ମହୁଲ ବୃକ୍ଷ ଉପରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ଥିବା ମନମୁଣ୍ଡା ଥାନା ମନୁପାଲି ଗ୍ରାମ ର ଚିତ୍ରକର କରୁଣାକର ଘଣ୍ଟୁଆଲ ଦେଖିବାକୁ ପାଇଥିଲେ । ଏଣୁ କାଳ ବିଳମ୍ବ ନକରି ସେଠାରେ ରଙ୍ଗ ବୋଲି ଦେବା ସହ ତାହାକୁ ଆହୁରି ସୁନ୍ଦର କରିବା ଲାଗି ପଡ଼ିଥିଲେ ।

ତାଙ୍କୁ ଛେଳିବାହାଲ ଗ୍ରାମ ର ଧୀରନ ସାହୁ, ଆନନ୍ଦପୁର ଗ୍ରାମ ର ତରଣୀ ମେହେର ସହଯୋଗ କରିବା ଯୋଗୁଁ ସେଇ ବୃକ୍ଷରେ ଥିବା କୋରଡ଼ ଗୁଡିକରେ ଆବିର୍ଭାବ ଥିବା ଠାକୁର ଗଣେଷ, ଜଗନ୍ନାଥ, ସପ୍ତଫେଣୀ ନାଗ, ରାଧା, ବାଛୁରୀ, ଛିନ୍ନମସ୍ତକା, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦେଖିବାକୁ ପାଇଥିଲେ । ସେଇଠାରୁ ସେଇ ମୂର୍ତ୍ତି ଗୁଡିକ ମଧ୍ୟ ରଙ୍ଗ ତୋଳି ଦେଇ ଜୀବନ୍ତ ରୂପ ଦେଇ ଥିବାରୁ ସେଠାରେ ଦେଖିବାକୁ ବହୁ ସମାଗମ ହେଉଥିବା ଜଣାପଡୁଛି । ମହୁଲ ବୃକ୍ଷ ର ଦେହରେ ଠାକୁର ମାନଙ୍କ ଆବିର୍ଭାବ ଯୋଗୁଁ ମାରୁତି ମଠରେ ଥିବା ବାବା ମଠାଧୀଶ ରାମକୃଷ୍ଣ ଦାସ ଏହା ଏକ ଈଶ୍ୱରୀୟ ପୀଠ ହୋଇଥିବା ଯୋଗୁଁ ଠାକୁର ଆବିର୍ଭାବ ହୋଇଥିବା ସୂଚନା ଦେଇଥିଲେ ।

ଏହି ମହୁଲ ବୃକ୍ଷଟି ବହୁ ପୁରାତନ ହୋଇଥିବା ବେଳେ ଏହି ଠାରେ ୨୦୦୫ ମସିହା ଠାରୁ ଯଜ୍ଞ କାର୍ଯ୍ୟ କରାଯାଇ ମାରୁତି ମଠ ସ୍ଥାପନ କରାଯାଇଥିଲା । ଏହି ମଠକୁ ବାବା ବିହାରୀ ଦାସ ସ୍ଥାପନ କରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ଏହି ବୃକ୍ଷର ସୁରକ୍ଷା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଯୋଗାଇ ଦେଲେ ଏହା ଲୋକଲୋଚନକୁ ଆସିବା ସହ ଏକ ପର୍ଯ୍ୟଟନ ମାନ୍ୟତା ମିଳିପାରନ୍ତା ।