ସମବାୟ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ବର୍ଗଙ୍କ ଆସନତ୍ରୁଟି ନେଇ ମାମଲା ରୁଜ୍ଜୁ

0
136
ସମବାୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୫/୧୦) : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ନିର୍ବାଚନରେ ସମସ୍ତ ଶତ ପ୍ରତିଶତ ଆସନ ସଂରକ୍ଷିତ ରଖି ସାଧାରଣ ବର୍ଗ ର ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ହୋଇଆସୁଥିଲା ।

ଉକ୍ତ ପ୍ରସଙ୍ଗରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି ବୌଦ୍ଧ ସେବା ସମବାୟ ସମିତି ର ସଭାପତି ତଥା ବରିଷ୍ଠ ସମବାୟବିତ ସତ୍ୟଜିତ କୁମାର ପଣ୍ଡା । ସେ ଉଚ୍ଚ ନ୍ୟାୟାଳୟରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନ ଆସନ ସଂରକ୍ଷଣ ବ୍ୟବସ୍ଥାରେ ହୋଇଥିବା ତୃଟି ଓ ଅନିୟମିତତା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରିଛନ୍ତି । ମାମଲାଟି WP(C) ୨୭୧୭୭/୨୦୨୨ ରେ ପଞ୍ଜୀକୃତ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ର ୧୫ ଜଣ ସଦସ୍ୟ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଗତ ତା ୨୩/୦୯/୨୦୨୨ ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ମୋଟ୍ ୧୫ ଆସନ ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଶ୍ରେଣୀ ପାଇଁ ୭ ଗୋଟି ଆସନ, ଉକ୍ତ ବର୍ଗ ର ମହିଳାଙ୍କ ପାଇଁ ୧ ଗୋଟି ଆସନ, ଅନୁସୂଚିତ ଜନଜାତି ମାନଙ୍କ ପାଇଁ ୩ ଗୋଟି ଆସନ, ଅନୁସୂଚିତ ଜାତି ପାଇଁ ୨ ଗୋଟି ଆସନ ଓ ମହିଳାଙ୍କ ପାଇଁ ୨ ଗୋଟି ଆସନ ସଂରକ୍ଷିତ କରାଯାଇଛି ।

ଫଳରେ କୌଣସି ଆସନ ଅସଂରକ୍ଷିତ ରଖା ଯାଇନଥିବା ହେତୁ ସାଧାରଣ ବର୍ଗ ର ଲୋକେ ସେମାନଙ୍କ ରାଜନୈତିକ ଅଧିକାର ରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ସମବାୟ ସମିତି ମାନଙ୍କରେ ଏକ କିମ୍ବା ଏକାଧିକ ସଦସ୍ୟ ପଦବୀ ଅସଂରକ୍ଷିତ ଥିବାବେଳେ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ କୌଣସି ଗୋଟିଏ ମଧ୍ୟ ଆସନ ଅସଂରକ୍ଷିତ ରଖାନଯିବା ସମସ୍ତଙ୍କୁ ବିସ୍ମିତ କରିଥିଲା ।