ଧଳା ଚାଉଳ ରେ କଳା ଗୁଡ଼ି !

0
107
ଧଳା ଚାଉଳ

ରିପୋର୍ଟ : ଜଗଦୀଶ ଦାଶ
କନ୍ଧମାଳ, (୧୮/୧୦) : ଧଳା ଚାଉଳ ରେ କଳା ଗୁଡ଼ି ! କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ର ରାଇକିଆ ପଞ୍ଚାୟତର ମାସେଡିକିଆ ଗ୍ରାମବାସୀ ଠକାମିର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି ।

ଧଳା ଚାଉଳ ରେ କଳା ଗୁଡ଼ି ! ଉକ୍ତ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏହି ଗ୍ରାମରେ ୨୦୦ ରୁ ଅଧିକ ପରିବାର ବାସ କରନ୍ତି । ରାଜ୍ୟ ସରକାର ପ୍ରତି ମାସିରେ ହିତାଧିକାରୀ ମାନଙ୍କୁ ୧ କିଲୋଗ୍ରାମ ଚାଉଳ କୁ ୧ ଟଙ୍କା ହିସାବରେ ମୁଣ୍ଡ ପିଛା ୫ କିଲୋଗ୍ରାମ ର ଚାଉଳ ଯୋଗେଇ ଦେଉଛନ୍ତି କିନ୍ତୁ ଏଥିରେ ପରିବର୍ତ୍ତନ କରି ଗତ ମାସ ଠାରୁ ସରକାର ମାଣ୍ଡିଆ ଏବଂ ଚାଉଳ ମିଶେଇ ୫ କିଲୋଗ୍ରାମ ଦେଉଛନ୍ତି । ସେହି ମାଣ୍ଡିଆ କଥା କହିଲେ ନ ସରେ । ମାଣ୍ଡିଆରେ ବାଲି, ଗୋଡ଼ି, କୁଣ୍ଡା, ଆଗାଡ଼ି ମିଶି ଆସୁଛି ।

ହିତାଧିକାରୀ ଘରକୁ ନେଲେ ମଲେ ନ ନେଲେ ମଧ୍ୟ ମଲେ । ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଆଇନ ଆଣି ଗୋଟିଏ ଲୋକ ର ୧୫ ଦିନ ପାଇଁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଛି ଏବଂ ଅବଶିଷ୍ଟ ୧୫ ଦିନର ଖାଦ୍ୟ ସେହି ଲୋକ ନିଜେ ପ୍ରସ୍ତୁତ କରିବ । କିନ୍ତୁ ଯୋଗାଣ ବିଭାଗ ଦ୍ଵାରା ଦିଆ ଯାଉଥିବା ଅପମିଶ୍ରିତ ମାଣ୍ଡିଆ ଲୋକଙ୍କୁ ଅପପୁଷ୍ଟି ଆଡ କୁ ଲୋକେ ଟାଣି ହେବେନି କି ବୋଲି ସାଧାରଣ ରେ ଗୋଟେ ପ୍ରଶ୍ନ । ମାସେଡ଼କିଆ ଅଞ୍ଚଳର ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଗୁଡ଼ି, ମାଣ୍ଡିଆ, ବାଲି ମିଶିଥିବା ଚାଉଳ ଦିଆଯାଉଛି କାହିଁକି? ରାଇକିଆ ଅଞ୍ଚଳର ଗରିବ ହିତାଧିକାରୀଙ୍କୁ ଏଭଳି ଶୋଷଣ କରାଯାଉଛି । ରାଜ୍ୟ ସରକାର ଦୁର୍ନୀତି ନିବାରଣ ପାଇଁ ବହୁତ ବଡ଼ ବଡ଼ କଥା କହୁଥିବା ବେଳେ ପ୍ରଶାସନ ଦ୍ଵାରା ଏଭଳି ଏକ ମହାଦୁର୍ନୀତି ଦିନ ଦ୍ୱିପହର ରେ ନିର୍ଭୟରେ ଚାଲିଛି ।

ଏହି ଦୁର୍ନୀତି ର ଶିକାର ଗରିବ ଲୋକ ହିଁ ହେଉଛନ୍ତି ତେଣୁ ସରକାରଙ୍କ ଗରିବ ଲୋକଙ୍କ ପାଇଁ ଯେଉଁ ଜନକଲ୍ୟାଣ କାର୍ଯ୍ୟକ୍ରମ କେମିତି ପରିଚାଳିତ ହେଉଛି ? ଏହି ବିଷୟରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ ଉପରୁ ଯେମିତି ଜିନିଷ ଆସୁଛି ମୁଁ ଦେଉଛି ତେଣୁ ତୁମ ଏହି ଜିନିଷ ନେଲେ ନିଅ ନ ହେଲେ ନାହିଁ ବୋଲି କହୁଛନ୍ତି ବୋଲି ଅଞ୍ଚଳବାସୀଙ୍କ ଅଭିଯୋଗ । ରାଇକିଆ ବ୍ଲକ ଠାରୁ ରାଇକିଆ ପଞ୍ଚାୟତ କେବଳ ଶହେ ମିଟର ଦୂରତା ଥିବା ସ୍ୱତେ ବର୍ତ୍ତମାନ ସୁଧା ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଯଦି ରାଇକିଆ ପଞ୍ଚାୟତ ସମିତି ର ମୁଖ୍ୟାଳୟ ରେ ଥିବା ପଞ୍ଚାୟତ ରେ ଏଭଳି ଖୁଲାମ ଖୁଲା ଦୁର୍ନୀତି ହେଉଛି ତେବେ ଅନ୍ୟାନ୍ୟ ପଞ୍ଚାୟତ ଗୁଡିକରେ କ’ଣ ହେଉଥିବ ତାହା ପ୍ରଶାସନ ସାଧାରଣ ରେ ଗୋଟେ ପ୍ରଶ୍ନ । ତେବେ ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ କେବେ କ’ଣ ପଦକ୍ଷେପ ନେଉଛନ୍ତି ଅଞ୍ଚଳ ଲୋକ ଦେଖିବେ ।