ଫିଫା ଫୁଟବଲ ୧୭ ବର୍ଷରୁ କମ ବର୍ଗର ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
154
ଫିଫା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତାରିଖ (୧୭/୧୦) : ଫିଫା ବାଳକ ଓ ବାଳିକା ୧୭ ବର୍ଷ ରୁ କମ ବାଳକ ଓ ବାଳିକା ଫୁଟବଲ କ୍ରୀଡା ପ୍ରତିଯୋଗିତାର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଥିଲା ।

ଫିଫା ଫୁଟବଲ ୧୭ ବର୍ଷରୁ କମ ବର୍ଗର ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏଥିରେ ୪ ଟି ବ୍ଲକ ଫାଇନାଲ କ୍ରୀଡା ପ୍ରତିଯୋଗିତା ଭାଗ ନେଇଥିଲେ । ବାଳକ ବିଭାଗରେ ବିଷମକଟକ ଓ ରାୟଗଡ଼ା ଭିତରେ ଏକ ସଂଘର୍ଷ ପୂର୍ଣ୍ଣ କ୍ରୀଡା ରେ ପେନାଲଟି ରେ ୩-୨ ବିଷମକଟକ ବିଜୟ ଲାଭ କରିଥିବା ବେଳେ ବାଳିକା ବିଭାଗ ରେ କୋଲନରା ବ୍ଲକ ସହିତ ଗୁଡ଼ାରୀ ବ୍ଲକ ଫାଇନାଲ କ୍ରୀଡା ପ୍ରତିଯୋଗିତା ରେ ଏହା ପେନାଲଟି ରେ ୩-୨ ରେ କୋଲନରା ବ୍ଲକ ଫାଇନାଲ ରେ ବିଜୟ ଲାଭ କରିଥିଲା ।

ଏହି ଉଦ୍ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାର ଉପ ଜିଲ୍ଲାପାଳ ସମ୍ମାନୀୟ ଶ୍ରୀଯୁକ୍ତ ଭୀମସେନ ଶବର ଯୋଗଦେଇଥିଲେ । ଏହି ଅବସରରେ ଆମ ରାୟଗଡ଼ା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବାରିହ୍ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନ ଲାଲ ମାଝୀ ଉପସ୍ଥିତ ଥିଲେ । ଅତିଥି ଭାବରେ ରେ ମାଟିକନା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକ ଓ ଜି ସି ଡ଼ି ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନଶିକ୍ଷକ ଏମ ମୁରଲୀ ଉପସ୍ଥିତ ରହି କ୍ରୀଡାବିତଙ୍କୁ ଉତ୍ସାହିତ କରି କରି ଥିଲେ ।

ଏହି କ୍ରୀଡାର ପ୍ରତିଯୋଗିତାର ସମ୍ପାଦକ ଭାବରେ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀଯୁକ୍ତ ଶତ୍ରୁଘ୍ନ ମଲ୍ଲିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କ୍ରୀଡ଼ା ଦୀର୍ଘ ୭ ଦିନ ଧରି ଚାଲୁ ରହିଥିଲା । ଓଡ଼ିଶା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଫୁଟବଲ୍ କ୍ରୀଡ଼ାର ପ୍ରଚାର ପ୍ରସାର କରିବା ସହିତ ଲୋକାଭିମୁଖୀ କରିବା ଏହି ଅବସରରେ ସମସ୍ତ ପ୍ରକାରର ପୁରସ୍କାର ବିତରଣ ସହିତ ୭୮୦ ଫୁଟବଲକୁ ରାୟଗଡ଼ା ଜିଲ୍ଲାର ସମସ୍ତ ପ୍ରକାର ସରକାରୀ ବିଦ୍ୟାଳୟ ଓ ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟ ବିତରଣ କାର୍ଯ୍ୟ ଶେଷ ହେବା ପରେ ଆଜିର ଏହି ମଞ୍ଚ କୁ ଶ୍ରୀମତୀ କାଞ୍ଚନା କୁମାରୀ ସାହୁ ପରିଚାଳନା କରି ଥିଲେ ଓ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। । ଏହି କ୍ରୀଡ଼ା କୁ ପରିଚାଳନା ରେ ସମସ୍ତ ଶାରିରୀକ ଶିକ୍ଷା, ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରି ସମସ୍ତ କାର୍ଯ୍ୟ ରେ ସହ ଯୋଗ କରିବା ସହିତ ସମ୍ପାଦନ କରିଥିଲେ। ।