ଦୁଇ ଦିନିଆ ରାୟଗଡ଼ା ଗସ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତଦାରଖ ଦଳ

0
188
ଦୁଇ ଦିନିଆ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୨/୧୦) : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ମିଳିତ ସମର୍ଥନ ତଦାରଖ ଦଳ ର ଗତ ଅକ୍ଟୋବର ୧୧ ତାରିଖରେରେ ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତ କରିଥିଲେ ।

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଥିବା ଏହି ଦଳରେ ଡା. ସୁଶୀଲ କୁମାର ଭିମଲ, (ରୋଗ ନିୟନ୍ତ୍ରଣ) ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ଟିମ ଲିଡର, ଡା. ରାମ ଶଙ୍କର ରାୱତ, ବରିଷ୍ଠ ଆଞ୍ଚଳିକ ପରିଚାଳକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ର ଆଞ୍ଚଳିକ କାର୍ଯ୍ୟାଳୟ, ଡା. ଆଶିଷ କ୍ରିଷ୍ଠା, ବରିଷ୍ଠ ବୈଷୟିକ ପରାମର୍ଶ ଦାତା, ଡା. ହର୍ଷବର୍ଦ୍ଧନ ନାୟକ, ଟେକନିକାଲ କନସଲଟାଣ୍ଟ, ଜାତୀୟ ଅଣ ସଂକ୍ରାମକ ରୋଗ ବିଭାଗ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ଥିଲେ । କେନ୍ଦ୍ରୀୟ ଦଳ ସହିତ ଡା. ଜ୍ୟୋତ୍ସ୍ନା ପଟ୍ଟନାୟକ, ଅଣ ସଂକ୍ରାମକ ରୋଗ ବିଭାଗ ର ରାଜ୍ୟ ପ୍ରକଳ୍ପ ସଂଯୋଜକ ଏବଂ ଶ୍ରୀ ଲଳିତ କୁମାର ସାହୁ, ଅଣ ସଂକ୍ରାମକ ରୋଗ ବିଭାଗ ର ରାଜ୍ୟ କାର୍ଯ୍ୟକଳ୍ପ ପରିଚାଳକ ଏବଂ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଏହି କେନ୍ଦ୍ରୀୟ ଦଳ ରାୟଗଡ଼ା ଜିଲ୍ଲା ର ଅଣ ସଂକ୍ରାମକ ରୋଗ ଯେପରିକି ମଧୁମେହ, ହୃଦ ରୋଗ, କର୍କଟ, ଶ୍ୱାସକ୍ରିୟା, ଉଚ୍ଚ ରକ୍ତଚାପ, ବୃଦ୍ଧାବସ୍ଥା ଜନିତ ରୋଗ ଆସିର ସ୍ଥିତି ତଦାରଖ କରିବା ପାଇଁ ଦୁଇ ଦିନିଆ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେମାନେ ସେରିଗୁମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଅଣ-ସଂକ୍ରାମକ ରୋଗ ର ସ୍ୱାସ୍ଥ୍ୟ ସେବା ତଦାରଖ କରିଥିଲେ ଏବଂ ତତସଂଲଗ୍ନ ଅନ୍ୟାନ୍ୟ ଦସ୍ତାବିଜ୍ ଦେଖିଥିଲେ ।

ପରିଦର୍ଶନ ପରେ ଏହି କେନ୍ଦ୍ରୀୟ ଦଳ ରାୟଗଡ଼ା ଜିଲ୍ଲା ର ଜିଲ୍ଲାପାଳ ଶ୍ରୀମତି ସ୍ୱଧାଦେବ ସିଂ ଙ୍କୁ ସାକ୍ଷାତ କରିଥିଲେ ଏବଂ ଜିଲ୍ଲା ର ଅଣ-ସଂକ୍ରାମକ ରୋଗ ର ସ୍ଥିତି ର ମୂଲ୍ୟାଙ୍କନ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଡା. ସୁଶୀଲ କୁମାର ଭିମଲ, (ରୋଗ ନିୟନ୍ତ୍ରଣ) ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ଟିମ ଲିଡର କହିଥିଲେ ଯେ ଯଦିଓ ଅଣ-ସଂକ୍ରାମକ ରୋଗ ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲା ର ଗତ ତିନି ବର୍ଷ ଧରି ଉତ୍ତମ ପ୍ରଦର୍ଶନ କରିଆସୁଛି ତଥାପି ରୋଗ ପରୀକ୍ଷା, ପ୍ରେରଣ, ଚିକିତ୍ସା ତ୍ୱାରାନିତ ଆବଶ୍ୟକ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିଦର୍ଶନ ସମୟରେ ଏହି କେନ୍ଦ୍ରୀୟ ଦଳ ପରିଦର୍ଶନ କରିଥିବା ସମସ୍ତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ର ଡାକ୍ତର, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ, ଆଶା ଏବଂ ଅଙ୍ଗନୱାଡି କର୍ମୀ ଏବଂ ମହିଳା ଆରୋଗ୍ୟ ସମିତି ର କର୍ମଚାରୀ ମାନଙ୍କ ସହିତ ଅଣ-ସଂକ୍ରାମକ ରୋଗ ର ସେବାମାନ ହିତାଧିକାରୀ ମାନଙ୍କୁ କିପରି ପ୍ରଦାନ କରାଯାଉଛି ସେ ବିଷୟରେ ପଚାରି ବୁଝିଥିଲେ । ଏପରିକି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଉପକୃତ ହୋଇଥିବା ପାଖାପାଖି ୧୦ ରୁ ଉର୍ଦ୍ଧ୍ୱ ହିତାଧିକାରୀମାନଙ୍କର ରୋଗୀ ପ୍ରସ୍ଥାନ ସାକ୍ଷାତକାର କରାଯାଇଥିଲା ।

ଏହି ପରିଦର୍ଶନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ, ଜିଲ୍ଲା ଜନ ସ୍ୱାସ୍ଥ ଅଧିକାରୀ ଡା. ଭି ଏଲ ଏନ ରାଜୁ, ଜିଲ୍ଲା ମହାମାରୀ ବିଶେଷଜ୍ଞ ଡ. ଜ୍ଞାନ ରଞ୍ଜନ ମହାନ୍ତି, ଅଣ-ସଂକ୍ରାମକ ରୋଗ ବିଭାଗର ଜିଲ୍ଲା ପ୍ରତିନିଧି ଶ୍ରୀମତି ସଂଯୁକ୍ତା ବାଗ ଆଦି ଉପସ୍ଥିତ ଥିଲେ ।