ଜିଲ୍ଲା ସ୍ତରୀୟ ବିଜ୍ଞାନ ପତ୍ରବାଚନ କାର୍ଯ୍ୟକ୍ରମ ରାୟଗଡ଼ା ଠାରେ ଅନୁଷ୍ଠିତ

0
153
ଜିଲ୍ଲା ସ୍ତରୀୟ ବିଜ୍ଞାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୮/୧୦) : ରାୟଗଡ଼ା ଜିଲ୍ଲା ସ୍ତରୀୟ ବିଜ୍ଞାନ ପତ୍ରବାଚନ କାର୍ଯ୍ୟକ୍ରମ ତା ୧୭/୧୦/୨୦୨୨ ରିଖ ଜି.ସି.ଡି. ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପତ୍ରବାଚନ କାର୍ଯ୍ୟକ୍ରମ ର ଆଲୋଚନା ର ବିଷୟ ବିନ୍ଦୁ “ମୌଳିକ ବିଜ୍ଞାନ ଓ ଧାରଣୀୟ ବିକାଶ : ସମସ୍ୟା ଓ ସମ୍ଭାବନା” ଉପରେ ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୧୦ ଜଣ ପ୍ରତିଯୋଗୀ ନିଜସ୍ଵ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡ଼ା ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହ। ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାୟଗଡ଼ା ଶ୍ରୀ ଭଜନ ଲାଲ ମାଝୀ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ମାଟିକଣା ପ୍ରଧାନ ଶିକ୍ଷକ ଶ୍ରୀ ଶଶୀଭୂଷଣ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଗଣଙ୍କୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ର ସବୁଠାରୁ ଉତ୍କୃଷ୍ଟ ପ୍ରାର୍ଥୀ ଚୟନ ନିମନ୍ତେ ରାୟଗଡ଼ା ସ୍ଵୟଂଶାସିତ ବିଦ୍ୟାଳୟ ର ଦୁଇ ଜଣ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ସାମନ୍ତରାୟ ଏବଂ ଶ୍ରୀ ସୁଧାଂଶୁ ଶେଖର ସାହୁ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଜି.ସି.ଡି. ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଏମ. ମୂରଲୀ ବିଚାରକ ମଣ୍ଡଳୀରେ ଅଂଶ ଗ୍ରହଣ କରିଥିଲେ । ମୁନିଗୁଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଅର୍ଚ୍ଚିତା ସାହୁ ପ୍ରଥମ ସ୍ଥାନ ଗ୍ରହଣ ପୂର୍ବକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସରକାରୀ ଉଚ୍ଚ ବିଦ୍ୟାଳୟ ରାମନାଗୁଡା ର ପ୍ରଧାନ ଶିକ୍ଷକ ଶ୍ରୀ ଗୌରୀ ପ୍ରସାଦ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀଙ୍କୁ ସମ୍ମାନିତ କରିବା ନିମନ୍ତେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିଥିଲେ । ଜି.ସି.ଡି ବିଦ୍ୟାଳୟ ର ସମସ୍ତ ବିଜ୍ଞାନ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ସହଯୋଗରେ କାର୍ଯ୍ୟଟି ଅତି ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପାଦିତ ହୋଇଯାଇଅଛି ।