ନବ ନିର୍ମାଣ କୃଷକ ସଙ୍ଗଠନ ର ଆନ୍ଦୋଳନ : ରାତାରାତି ଉଠାଇ ନେଲା ପୋଲିସ

0
133
ନବ ନିର୍ମାଣ କୃଷକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୯/୧୦) : ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ନବ ନିର୍ମାଣ କୃଷକ ସଙ୍ଗଠନ ର କର୍ମୀଙ୍କ ରଣହୁଙ୍କାର ଦେଖି ଛାନିଆ ହେଲା ପୁଲିସ୍‌ ।kkk 4 ନବ ନିର୍ମାଣ କୃଷକ ସଙ୍ଗଠନ ର ଆନ୍ଦୋଳନ : ରାତାରାତି ଉଠାଇ ନେଲା ପୋଲିସ

ଗତକାଲି ପୁଲିସ୍‌ ନବ ନିର୍ମାଣ କୃଷକ ସଙ୍ଗଠନ ର କର୍ମୀଙ୍କୁ ରାଜଧାନୀରେ ପଶିବାକୁ ଦେଇ ନ ଥିବାବେଳେ ରାତାରାତି ବହୁ ନେତାଙ୍କୁ ବାଲିଅନ୍ତାରୁ ଉଠାଇ ନେଇଛି । ସେମାନଙ୍କ ମଧ୍ୟରେ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦଙ୍କ ସମତେ ଅନ୍ୟ ବହୁ ତୁଙ୍ଗ ନେତା ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ପଦଯାତ୍ରା ଶୋଭାଯାତ୍ରାରେ ଆସି ଚାଷୀ ସଙ୍ଗଠନ ର ସଦସ୍ୟମାନେ ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ପହଞ୍ଚିଥିଲେ । ସେମାନେ ଆଜି ରାଜଧାନୀରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ରାଜଧାନୀକୁ ପ୍ରବେଶ ପୂର୍ବରୁ ପୁଲିସ ସେମାନଙ୍କୁ ସେହିଠାରେ ଅଟକାଇ ରଖିଥିଲା ।

ତେବେ ସେହି ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ମନ୍ତ୍ରୀ କିମ୍ବା ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଦାବି କରିଥିଲେ ସଙ୍ଗଠନ ର ନେତା । ତେବେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ଆସିନଥିଲେ । ଏପଟେ ରାତିରେ ପୁଲିସ ପହଞ୍ଚି ସମସ୍ତ ନେତାଙ୍କୁ ଉଠାଇ ନେଇଥିବାରୁ ଏହାର ଘୋର ବିରୋଧ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ଅକ୍ଟୋବର ୧୪ ରୁ କଟକ ଜିଲ୍ଲା ଧାନ ମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାଲି ଆଜି ଭୁବନେଶ୍ୱରରେ ପହଞ୍ଚିବାର ଥିଲା । ୨୦ ଟି ଜିଲ୍ଲାରୁ ଆସିଥିବା ହଜାର ହଜାର ଚାଷୀ ରାଜଧାନୀରେ ଆନ୍ଦୋଳନ କରିବା ସହ ସଙ୍ଗଠନ ର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ମାତ୍ର ତାହା ପୂର୍ବରୁ ସବୁ ଯୋଜନାକୁ ପଣ୍ଡ କରିଦେଲା ପୁଲିସ୍‌ ।