ହାଡୁଭାଙ୍ଗି ଛକ ଦେଇ ଗୋ-ଚାଲାଣ : ୭ ଟି ବଳଦ ସହ ୧ ମ୍ୟାକ୍ସ ପିକଅପ ଭ୍ୟାନ୍ ଜବତ

0
203
ହାଡୁଭାଙ୍ଗି ଛକ ଦେଇ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧୦) : ଗତକାଲି କାଶୀନଗର ପୋଲିସ ହାଡୁଭାଙ୍ଗି ଠାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋଟିଏ ମ୍ୟାକ୍ସ ପିକଅପ ଭ୍ୟାନ୍ ରେ ୭ ଟି ବଳଦ କୁ ଲଦା ହୋଇ ହାଡୁଭାଙ୍ଗି ଛକ ଦେଇ ଆନ୍ଧ୍ର ଚାଲାଣ ହେଉଥିବା ବେଳେ ପୋଲିସ ଧରି ଏକ ମୋକଦ୍ଦମା ରୁଜ୍ଜୁ କରିଛି ।

ସପ୍ତାହ ର ପ୍ରତ୍ୟେକ ଶନିବାର ଓ ମଙ୍ଗଳବାରରେ ବାଳଦା ଓ ରାୟଗଡ଼ା ଜିଲ୍ଲା ର ଗୋଟିଏ ଗ୍ରାମ ରୁ ଶହ ଶହ ଗାଈ ଗୋରୁ ଙ୍କୁ ସଡ଼କ ପଥରେ ଚଳାଇ ଆଣି ହାଡୁଭାଙ୍ଗି ଛକ ଦେଇ ଆନ୍ଧ୍ର କୁ ଚାଲାଣ ହୁଏ । କାଶୀନଗର ପୋଲିସ କେସ ନଂ ୧୨୮/୨୨ ରେ ଗୋ ଚାଲାଣ ଧାରା ଓ ପଶୁ ମାନଙ୍କୁ ନିଷ୍ଠୁରତା ଦେଖାଇବା ଦଫାରେ କେଶ ରୁଜ୍ଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ “ଓଡ଼ିଶା ନ୍ୟୁଜ ୨୪” କୁ ଜଣାଇଛନ୍ତି ।