ବାଲି ମାଫିଆ ଉପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

0
183
ବାଲି ମାଫିଆ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୪/୧୦) : ହରଭଙ୍ଗା ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ତିନିଟି ହାଇୱା ଜବତ କରାଯାଇଥିବା ସୂଚନା ମିଳିଛି । ୨୩ ଓ ୨୪ ତାରିଖ ଚଢ଼ାଉ କରାଯାଇ ବାଲି ମାଫିଆ ଙ୍କ ଦ୍ୱାରା ବେଆଇନ ବାଲି ଚାଲାଣ କରାଯାଉଥିବା ହାଇୱା କୁ ଜବତ କରାଯାଇଛି । 

ହରଭଙ୍ଗା ପୋଲିସ କେ୍ସ ନମ୍ବର ୯୭, ୯୮ ଓ ୯୯ ତା. ୨୪/୧୦/୨୨ W/S ୪୭୯ IPC r/w ସେକ୍ସନ ୨୧ ଏମ ଏମ ଡି ଆର ଆକ୍ଟ ସେକସନ ୫୧ ମାଇନର ମିନେରାଲ କଂସେସନ ରୁଲ ୧୬ ଅନୁସାରେ ଚାରି ଜଣ ବାଲି ମାଫିଆ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ପୁରୁଣାକଟକ ଥାନା ଅଞ୍ଚଳରୁ ଚୋରା ବାଲି ଲୋଡ଼ ହୋଇଥିବା ଦୁଇଟି ହାଇୱା କୁ ମଧ୍ୟ ଜବତ କରାଯାଇଛି ।

ପୁରୁଣାକଟକ ପୋଲିସ କେ୍ସ ନମ୍ବର ୫୯ ତା. ୨୪/୧୦/୨୨ ରେ ମାମଲା ରୁଜ୍ଜୁ କରାଯାଇ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।