ଦୀପାବଳିରେ ପୁରୀ ସହର ରେ ଫୁଟିଲା ଗୁଳି : ଜଣେ ମୃତ

0
125
ଦୀପାବଳିରେ ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୫/୧୦) : ଅଶାନ୍ତ ହୋଇପଡ଼ିଛି ପୁରୀ ସହର । ଗତକାଲି ଦୀପାବଳିରେ ପୁରୀ ସହରରେ ଫୁଟିଛି ଗୁଳି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ଦୀପାବଳିରେ ପୁରୀ ସହର ରେ ଫୁଟିଲା ଗୁଳି ! ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଥେଣ୍ଟପୁର ଗାଁ ଭାର୍ଗବୀ ସ୍କୁଲ ନିକଟରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଶଙ୍କର ବେହେରା । ଆହତ ନିଲୁ ବରାଳକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଲୁ ଓ ଶଙ୍କର ଭାର୍ଗବୀ ସ୍କୁଲ ନିକଟରେ ବାଣ ଫୁଟାଉଥିଲେ । ଏହି ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ନିଲୁ ଓ ଶଙ୍କରଙ୍କ ଉପରେ ଗୁଳିମାଡ଼ କରିଥିଲେ ।

ଗୁଳିଟି ନିଲୁଙ୍କ ଗୋଡ଼ରେ ବାଜିଥିଲା । ଘଟଣାସ୍ଥଳରୁ ସେ ଦୌଡ଼ି ପଳାଇଥିଲେ । ହେଲେ ଶଙ୍କର ଯାଇପାରି ନଥିଲେ । ଗୁଳିଟି ଶଙ୍କରଙ୍କ ପେଟ ଓ ମୁଣ୍ଡରେ ବାଜିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ଶତ୍ରୁତାରୁ ଏହି ଗୁଳି କାଣ୍ଡ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ କରୁଛି । ପୁଲିସ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ ।