ମହିଳା ଙ୍କୁ ହତ୍ୟା ଅଭିଯୋଗ ! ହତ୍ୟା କାଣ୍ଡ ର କାରଣ ଅସ୍ପଷ୍ଟ

0
93
ମହିଳା ଙ୍କୁ ହତ୍ୟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଳା, (୩୧/୧୦) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁ’ର ଜଣେ ମହିଳା ଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ମହିଳା ଙ୍କୁ ହତ୍ୟା ଅଭିଯୋଗ ! ହତ୍ୟା କାଣ୍ଡ ର କାରଣ ଅସ୍ପଷ୍ଟ । ମୃତ ମହିଳା ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଦେଖା ଯାଉଛି । ଉକ୍ତ ଶକ୍ତ ଆଘାତ ଯୋଗୁଁ ତାଙ୍କ ମୃତ୍ୟୁ ଘଟିବା ଭଳି ଗୁରୁତର ଅଭିଯୋଗ ପରିବାର ତରଫ ରୁ କରାଯାଇଛି । ସୂଚନା ଅନୁଯାୟୀ, ଆମ୍ବପାଲି ଗାଁ’ର ଜାନକୀ ମହାନନ୍ଦ (୪୮) ତାଙ୍କ ବିଲକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ । ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇ ତାଙ୍କୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାକୁ ନେଇଥିଲେ ।

ହେଲେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ କେଉଁ କାରଣରୁ କିଏ ଏଭଳି କାଣ୍ଡ ଘଟାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ଘଟଣା ସମ୍ପର୍କରେ ପୋଲିସ୍ ଖବର ପାଇବା ପରେ ସଇଁନ୍ତଲା ଡାକ୍ତରଖାନା ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।