ଭିଜିଲାନ୍ସ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

0
125
ଭିଜିଲାନ୍ସ ସଚେତନତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩/୧୧) : ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଜନ ଜାଗରଣ ନିମିତ୍ତ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 03 at 20.56.54 1 ଭିଜିଲାନ୍ସ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

ଭିଜିଲାନ୍ସ ସଚେତନତା ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମ ସଭା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ରେ ଭିଜିଲାନ୍ସ ଇନ୍ସପେକ୍ଟର ହୃଦାନନ୍ଦ କଲୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଗ୍ରାମ ସଭାରେ ପଞ୍ଚାୟତ ସରପଞ୍ଚ ନିରୁପମା ସେଠୀ, ପି ଇ ଓ ଲିଙ୍ଗରାଜ ବାଗ, ଏମ ବି କେ ଲିଲି ସାହୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ଦୁର୍ନୀତି ବିଭାଗ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସେହିପରି ଉଲୁଣ୍ଡା ବ୍ଲକର ଉଲୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରେ ବି ଡି ଓ ହେମସାଗର ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭିଜିଲେନ୍ସ ଇନିସ୍ପେକ୍ଟର ତୁଷାରକାନ୍ତ ମହାପାତ୍ର, ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଶାଖାର ଭାରପ୍ରାପ୍ତ ଅଧିକାରୀ ଅନୁଷ୍ଠିତ ଗ୍ରାମ ସଭାରେ ଜନସାଧାରଣ ଙ୍କ ନିମିତ୍ତ ଆବଶ୍ୟକ ବିଭଗୀୟ ସୂଚନା ପ୍ରଦାନ କରିଥିଲେ ।

ବୈଠକରେ ପଞ୍ଚାୟତ ସରପଞ୍ଚ ରଶ୍ମିତା ଭୋଇ, ପି ଇ ଓ ଶରତ ଚନ୍ଦ୍ର ମିଶ୍ର, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ଦୁର୍ନୀତି ବିଭାଗ ଅଧିକାରୀ, ଇନିସ୍ପେକ୍ଟର ହୃଦାନନ୍ଦ କଲୋ, ଏ ଏସ ଆଇ ଦିଲୀପ କୁମାର ଭୂଇଁୟା, ନନ୍ଦ କିଶୋର ବଗର୍ତ୍ତୀ, ବିଷ୍ଣୁ ପ୍ରସାଦ ଜାଲ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହିଥିଲେ ।