ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ : ପାଞ୍ଚ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0
258
ଜିଲ୍ଲା ମିଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ଜିଲ୍ଲାର ପ୍ରତ୍ୟେକ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନ୍ୟାର୍ଯ ଅଧିକାର କୁ ଅଣଦେଖା କରିଥିବା କୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କୁ ଦୀର୍ଘ ଦିନ ଧରି ସେମାନଙ୍କର ଚାକିରି ସର୍ତ୍ତାବଳୀ କୁ ସଠିକ ଭାବରେ ପ୍ରଣୟନ ନକରି ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରି ରଖିଛନ୍ତି ।

ଏ ସବୁ ବିରୁଦ୍ଧ ରେ ଜିଲ୍ଲା ର ସହସ୍ରାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଏକ ବିଶାଳ ଶୋଭାଯାତ୍ରାରେ ରୟାଲ ପଡିଆ ଠାରୁ ବାହାରି ଦୀର୍ଘ ୬ କିଲୋମିଟର ପଥ ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଙ୍କ ଉଦ୍ଦେଶ୍ୟ ରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଅବୋଲି ସୁନୀଲ ନରବଣେ ଙ୍କୁ ପ୍ରଦାନ କରିଥିଲେ ।

ପାଞ୍ଚ ଦଫା ଦାବୀ ଗୁଡିକ ଯଥା ୨୦୦୧ ରୁ ନିଯୁକ୍ତ ସମସ୍ତ ଶିକ୍ଷା ସହାୟକ/ କନିଷ୍ଠ ଶିକ୍ଷକମାନଙ୍କୁ ଛଅ ବର୍ଷ ନିୟମିତ କରାଯିବା ସହରର ଛଅ ଟି ଇନକ୍ରିମେଣ୍ଟ ପ୍ରଦାନ ଓ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ର ରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ, ନୂତନ ପେନସନ ନିୟମ ଉଚ୍ଛେଦ କରି ସମସ୍ତ ଙ୍କୁ ପୂରୂଣା ପଦ୍ଧତିର ପେନସନ ପ୍ରଦାନ, ଏକ୍ସ କେଡର ଗଣଶିକ୍ଷକ ମାନଙ୍କୁ ନିୟମିତ ପ୍ରାଥମିକ ଶିକ୍ଷକ ମାନ୍ୟତା, ୨୮୦୦ ଗ୍ରେଡ ପେ ପ୍ରଦାନ ଓ ଶିକ୍ଷା ସହାୟକ ଅବଧି କୁ ନିୟମିତ ଶିକ୍ଷକ ରୂପେ ଗଣନା ଆଦି ରହିଥିଲା ।

ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ଏହି ଆନ୍ଦୋଳନ କୁ ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ପୁରୋହିତ,ଅବସର ପ୍ରାପ୍ତ ସେକସନ୍ ଅଫିସର ଜ୍ୟୋତିରଂଜନ ପଟ୍ଟନାୟକ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଜ୍ଯୋତିରଞ୍ଜନ ବହିଦାର, ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ପ୍ରମୁଖ ସଂବୋଧିତ କରିଥିଲେ ।