ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ମଧ୍ୟ ବୁଥରେ ଦାଖଲ କରିପାରିବେ ଫର୍ମ

0
523
ଚିଠା ଭୋଟର

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା,  (୧୧/୧୧) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଚିଠା ଭୋଟର ତାଲିକା ଗତ ନଭେମ୍ବର ୯ ତାରିଖରେ ପ୍ରକାଶିତ ହୋଇଛି ।

ଜିଲ୍ଲାପାଳ ସ୍ଵାଧାଦେବ ସିଂ ଅଧ୍ୟକ୍ଷତା କରି ଚିନ୍ତନ କକ୍ଷରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ । ଚିଠା ଭୋଟର ତାଲିକା ପ୍ରକାରେ ଜିଲ୍ଲାରେ ମୋଟ ୬ ଲକ୍ଷ ୮୪ ହଜାର ୭ ସହ ୩୮ ଭୋଟର ମଧ୍ୟରୁ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୧୪ ହଜାର୨୬୬ ଜଣ, ବିଷମକଟକ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୪ ହଜାର ୮୫୦ ଓ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୪୫ ହଜାର ୬୨୨ ରହିଛନ୍ତି ।68a34ddb 62c7 4f50 acd0 b4f2a640269f ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ମଧ୍ୟ ବୁଥରେ ଦାଖଲ କରିପାରିବେ ଫର୍ମ

ଜିଲ୍ଲାରେ ନୂତନ ଓ ଯୁବ ଭୋଟର, ମହିଳା ଓ ଦିବ୍ୟାଙ୍ଗ ଭୋଟରଙ୍କ ଶତ ପ୍ରତିଶତ ପଞ୍ଜିକରଣ ସହ ଯେପରି ସମସ୍ତ ଭୋଟରଙ୍କ ଭୋଟର ତାଲିକାରେ ଆଧାର ସଂଯୋଗ ହୋଇପାରିବ ସେଥିପାଇଁ ଗୁରୁତ୍ଵ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ନଭେମ୍ବର ୧୨ ଶନିବାର ଓ ୧୩ ରବିବାର ୨୬ ଶନିବାର ଓ ୨୭ ରବିବାର ଚାରି ଦିନ ସ୍ୱତନ୍ତ୍ର ଦିବସ ରୂପେ ମୁଖ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଥିବା ବେଳେ, ଉକ୍ତ ଦିନ ସମସ୍ତ ବୁଥ ସ୍ତରୀୟ ଅଧିକାରୀ ନିଜ ବୁଥରେ ଉପସ୍ଥିତ ରହି ନାମ ଯୋଗ, ବାଦ୍ ଓ ସଂଶୋଧନ ନିମନ୍ତେ ଦରଖାସ୍ତ ଗ୍ରହଣ କରିବେ ବୋଲି ଡେପୁଟି କଲେକ୍ଟର ନାରାୟଣ ମିଶ୍ର କହିଛନ୍ତି।f7769f55 d030 4231 894e ec8b50e97f31 ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ମଧ୍ୟ ବୁଥରେ ଦାଖଲ କରିପାରିବେ ଫର୍ମ 0007acd5 a7f3 4483 9f90 36b9fe745b62 ଚିଠା ଭୋଟର ତାଲିକା ପ୍ରକାଶିତ, ଶନିବାର ଓ ରବିବାର ମଧ୍ୟ ବୁଥରେ ଦାଖଲ କରିପାରିବେ ଫର୍ମ

ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ ସଚେତନତା ରଥକୁ ଉପଜିଲ୍ଲାପାଳ ଭୀମସେନ ଶବର ଓ ରାୟଗଡ଼ା ବିଡିଓ ଲକ୍ଷ୍ମନାରାୟଣ ସାବତ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ରଥଟି ରାୟଗଡ଼ା ବ୍ଲକ୍, ପୌରାଞ୍ଚଳ ଓ କାଶିପୁର ବ୍ଲକର ଗ୍ରାମକୁ ଗ୍ରାମ ବୁଲି ସଚେତନତା ରେ ବାର୍ତ୍ତା ପ୍ରଚାର କରୁଛି । ଏହି ସଂଶୋଧନ ପ୍ରକ୍ରିୟା ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ଭୋଟର ତାଲିକା ସଂଶୋଧନ ଏବେ ସରଳ ହୋଇଯାଇଛି, ଘରେ ବସି ଭୋଟର ହେଲ୍ପ ଲାଇନ ମାଧ୍ୟମରେ ନାମ ପଞ୍ଜିକରଣ, ସଂଶୋଧନ, ବାଦ୍ କିମ୍ବା ସ୍ଥାନାନ୍ତର ତଥା ଆଧାର ସଂଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀମତୀ ସିଂ କହିଛନ୍ତି । ଏହାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଜିଲ୍ଲାପାଳ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ।