ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତ ନାଁରେ ମୋହର ମାରିଲା ଦଳ

0
232
ପଦ୍ମପୁର ପାଇଁ

KbQmRKXV 400x400 ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତ ନାଁରେ ମୋହର ମାରିଲା ଦଳରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୧୧): ପଦ୍ମପୁର ଉପନିର୍ବାଚନ ନେଇ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଏ ନେଇ ବିଜେପି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି । ତେବେ ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ ଟେଟେ ସୂଚନା ଦେଇଛନ୍ତି ।

ଆଜି ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଲେ ବିଜେଡି ଏବଂ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ନିର୍ବାଚନକୁ ଆଉ ଖୁବ୍ କମ୍ ଦିନ ରହିଛି । ଡେସେମ୍ବର ୫ ତାରିଖରେ ହେବ ମତଦାନ । ୮ ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ତେଣୁ ପ୍ରାର୍ଥୀ ଘୋଷଣା ପାଇଁ ବିଜେଡି ଏବଂ କଂଗ୍ରେସ ହାତରେ ରହିଛି ମାତ୍ର ୬ଦିନ । ୧୮ ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର